Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଙ୍କଟରେ ଠାକରେ ସରକାର, ସୁପ୍ରିମକୋର୍ଟ ପହଞ୍ଚିଲା ବିବାଦ

    Share on :
    ajab-Image
    Date: Jun 23, 2022    Views: 3720

    ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଛି ମହାଡ୍ରାମା । ସଙ୍କଟରେ ଠାକରେ ସରକାର । ସୂତା ଖିଅରେ ଝୁଲୁଛି ଉଦ୍ଧବ ଠାକରେଙ୍କ ଭାଗ୍ୟ । ବର୍ତ୍ତମାନ ରାଜନୈତିକ ସଂଙ୍କଟ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସମସ୍ତ ବିଧାୟକଙ୍କୁ ୫ ବର୍ଷ ଯାଏ, ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ପିଟିସନରେ ଦାୟର ହୋଇଛି ।

    ମଧ୍ୟପ୍ରଦେଶ କଂଗ୍ରେସ ନେତ୍ରୀ ଜୟା ଠାକୁର ଏହି ପିଟିସନ କରିଛନ୍ତି । ଏଥିରେ ଅଯୋଗ୍ୟ ଘୋଷିତ ଅଥବା ଇସ୍ତଫା ଦେଉଥିବା ବିଧାୟକଙ୍କୁ ୫ ବର୍ଷ ଯାଏଁ ନିର୍ବାଚନ ଲଢିବାରୁ ବାରଣ କରିବାକୁ ଅନୁରୋଧ କରାଯାଇଛି । ରାଜନୈତିକ ଦଳଗୁଡିକ ପରିସ୍ଥତିକ ଫାଇଦା ନେଇ ନିର୍ବାଚିତ ସରକାର ପ୍ରତି କ୍ଷତି ପହଞ୍ଚାଯାଉଛି । ଯାହା ମହାରାଷ୍ଟ୍ରରେ ସଦ୍ୟ ଘଟୁଛି । ଏପରି କରି ସେମାନେ ଦେଶର ଗଣତାନ୍ତ୍ରିକ ଭାବନାକୁ ପ୍ରତିହତ କରୁଛନ୍ତି ବୋଲି ପିଟିସନରେ ଦାୟର ହୋଇଛି । ପିଟିସନରେ ୨୦୨୭ରେ ମଣିପୁର ଓ ୨୦୧୯ରେ ହୋଇଥିବା କର୍ଣ୍ଣାଟର ଓ ୨୦୨୦ରେ ହୋଇଥିବା ମଧ୍ୟପ୍ରଦେଶ ରାଜନୈତିକ ସଂଙ୍କଟ ବିଷୟରେ ଉଲ୍ଲେଖ୍ୟ ରହିଛି ।ଘନଉଛି ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ ଡେରା ପକାଇଛନ୍ତି । ଆଉ ମୁମ୍ବାଇରେ ସରକାର ବଞ୍ଚାଇବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପିର ତୁହାକୁ ତୁହା ବୈଠକ ଜାରି ରହିଛି । ଏ ପଟେ ପଦ ଛାଡିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ । ବୁଧବାର ସନ୍ଧ୍ୟାରେ ସରକାରୀ ବାସଭବନ ଛାଡି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook