Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାହାଙ୍ଗା ଆଇଆଇସି ଭିଜିଲାନ୍ସରେ ହାଜର

    Share on :
    ajab-Image
    Date: May 14, 2022    Views: 2721

    ଭୁବନେଶ୍ୱର : ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ୟ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି ।
    ତେବେ ଭିଜିଲାନ୍ସରେ ହାଜର ହେବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୁଁ କୁଆଡେ ଛାଡିକି ଯାଇନଥିଲି । ଏପିରିକି ମୋ ସହିତ ଶୁକ୍ରବାର ଦିନ କେହି ଯୋଗାଯୋଗ କରିନାହାନ୍ତି । ଆଉ ବାକି ରହିଲା ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି । ମୋ ପତ୍ନୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଁ କାଲି ଜାଣିନଥିଲା । ଚାହିଁଥିଲେ ଭିଜିଲାନ୍ସ ମୋତେ କାଲିଠୁ ଯୋଗାଯୋଗ କରିପାରିଥାନ୍ତା । ଶୁକ୍ରବାର ସକାଳେ ଅତିରିକ୍ତ ଏସ୍‌ପି ମୋତେ ଏନେଇ ଯୋଗାଯୋଗ କରିଥିଲେ । ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ତେବେ ସରକାରି କର୍ମଚାରୀ ଅଫିସ ବନ୍ଦ କରି ପଳାଇବା କହିବା ଠିକ ନୁହେଁ ବୋଲି କହିଛନ୍ତି ।

    ପ୍ରକାଶଯେ ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଗିରଫ କରିଛି ଭିଜିଲାନ୍ସ ।

    ଏହା ପରେ ନିନାଙ୍କ ଘର ଓ ତାଙ୍କ ସଂପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ନିନାଙ୍କ ସ୍ୱାମୀ ନିହାର ରଞ୍ଜନ ଦାସ ହେଉଛନ୍ତି ମାହାଙ୍ଗା ଥାନା ଆଇଆଇସି । ତାଙ୍କ କ୍ୱାର୍ଟର୍ସକୁ ଭିଜିଲାନ୍ସ ଚଢାଉ କରିବାକୁ ଯାଇଥିବା ବେଳେ ସେ କ୍ୱାର୍ଟର୍ସରେ ତାଲା ପକାଇ ସେ କୁଆଡେ ପଳାଇଯାଇ ଥିଲେ ବୋଲି କୁହାଯାଉଥିଲା । ତାଙ୍କ ସହ ଭିଜିଲାନ୍ସ କୌଣସି ଯୋଗାଯୋଗ କରିପାରୁଥିଲା । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook