Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାନଦୀ ବିବାଦ: ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ

    Share on :
    ajab-Image
    Date: Dec 24, 2025    Views: 2647

    ଭୁବନେଶ୍ୱର: ମହାନଦୀ ଜଳକୁ ନେଇ ଛତିଶଗଡ଼ ସରକାରଙ୍କ ସହିତ ରହିଥିବା ବିବାଦର ସ୍ଥିତି କ’ଣ ଅଛି ଏବଂ ଆଗକୁ କ’ଣ କାର୍ୟ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ, ସେ ସମ୍ପର୍କରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରେ ଆଲୋଚନା କରାଯାଇଛି। ଚଳିତ ମାସ ୧୧ ତାରିଖରେ ରାଜ୍ୟ ସରକାର ଏହି କମିଟି ଗଠନ କରିଥିବା ବେଳେ ଆଜି ତାହାର ପ୍ରଥମ ବୈଠକ ସ୍ଥାନୀୟ ରାଜୀବ ଭବନରେ ବସିଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାନଦୀ ଜଳ ବିବାଦର ବିଭିନ୍ନ ଦିଗ ଓ ସ୍ଥିତିକୁ ନେଇ କମିଟିର ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

    ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫି‌େ‌ର୍ଦ୍ଦାସ ଯୋଗ ଦେଇଥିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର ଆଭାସି ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ସହିତ ବିଭାଗୀୟ ଅଧିକାରୀ ଏବଂ ଜଳସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ମଧ୍ୟ କମିଟିକୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ।
    ବୈଠକରେ ହୀରାକୁଦ ପ୍ରକଳ୍ପ, ମହାନଦୀ ଜଳ ବିବାଦର ଐତିହାସିକ ପୃଷ୍ଠଭୂମି, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିକଟରେ ଥିବା ମାମଲାର ସ୍ଥିତି, ମହାନଦୀ-ସମ୍ବନ୍ଧୀୟ ସମସ୍ୟାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପ୍ରକ୍ରିୟା ଏବଂ ମହାନଦୀ ଅବବାହିକା ସମ୍ବନ୍ଧୀୟ ବିଷୟଗୁଡ଼ିକର ସାମଗ୍ରିକ ସ୍ଥିତି ଉପରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ଆସନ୍ତା ଜାନୁଆରୀରେ ମନ୍ତ୍ରୀସ୍ତରୀୟ କମିଟିର ଦ୍ବିତୀୟ ବୈଠକ ବସିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook