Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହାନଦୀ ବିବାଦ: ସମାଧାନ କେବେ ହେବ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ

    Share on :
    ajab-Image
    Date: Dec 13, 2025    Views: 2828

    ଭୁବନେଶ୍ଵର : ମହାନଦୀ ଜଳ ବିବାଦ ପ୍ରସଙ୍ଗ। ମହାନଦୀ ସଙ୍କଟର ସମାଧାନ କେବେ ହେବ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ। ସେ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନ ସ୍ରୋତ। ଗତ କିଛି ଦଶନ୍ଧି ହେଲା ଓଡ଼ିଶାବାସୀଙ୍କ ମା' ସମାନ ମହାନଦୀର ଜୀବନସ୍ରୋତକୁ ସଙ୍କୁଚିତ କରି ମା'କୁ ବିକଳାଙ୍ଗ କରିଦେବାର ହୀନଚକ୍ରାନ୍ତ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି। ଏହାର ଆର୍ତ୍ତ ଚିତ୍କାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ନା ଛତିଶଗଡ଼ ସରକାର ଶୁଣୁଛନ୍ତି। ଓଡ଼ିଶାର ବିନା ସହମତିରେ ଆନ୍ତଃରାଜ୍ୟ ନଦୀଜଳ ସମ୍ପର୍କିତ ସମସ୍ତ ବିଧି ବିଧାନକୁ ବେଖାତିର କରି ଛତିଶଗଡ଼ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି। କେନ୍ଦ୍ର ସରକାର ଶୁଣ୍ଢି ସାକ୍ଷୀ ମାତାଲ୍ ଭଳି ନୀରବଦ୍ରଷ୍ଟା ସାଜିଛନ୍ତି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ କରୁଛନ୍ତି। ମହାନଦୀର ଜଳସ୍ରୋତକୁ ମନଇଛା ନିଜ ଅଧିନରେ ରଖି ଓଡ଼ିଶାରେ ନଦୀର ଧାରକୁ ଶୁଷ୍କ ଓ ନିରସ କରି ଦେଇଛନ୍ତି। ଏହାଦ୍ଵାରା ଓଡ଼ିଶା ଉପରେ ଦାରୁଣ ପ୍ରଭାବ ପଡ଼ିଛି।
    ରାଜ୍ୟ ସରକାରଙ୍କ ସକଳ ଅନୁରୋଧ ଓ ଆବେଦନ ଛତିଶଗଡ଼ ସରକାର ଶୁଣିଲେ ନାହିଁ। କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ନୀରବ ଦ୍ରଷ୍ଟା ସାଜିଲେ । ଜଳସେଚନର ଦ୍ବାହି ଦେଇ ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡର କୂଳେ କୂଳେ ଅଗଣିତ ଘରୋଇ ଶିଳ୍ପମାନଙ୍କୁ ଅଜସ୍ର ଜଳ ପ୍ରଦାନ କରି ତଳ ମୁଣ୍ଡରେ ଜଳ ସଂକଟ ସୃଷ୍ଟି କଲେ। ଓଡ଼ିଶାର ଯେଉଁ ମହାନଦୀ ଦିନେ ବର୍ଷତମାମ ଜଳ ପରିପୂର୍ଣ୍ଣ ହୋଇ ରହୁଥୁଲା ତାହା ଆଜି ଶୁଷ୍କ ଓ ରୁଗ୍ଣ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଜାରି ରହିଲେ ହୀରାକୁଦ ଜଳଭଣ୍ଡାର ଦିନେ ଜଳଶୂନ୍ୟ ହେବ ଓ ଅନିଶ୍ଚିତ ସଂକଟ ଭିତରକୁ ଠେଲି ହୋଇଯିବ।

    ପ୍ରସନ୍ନ ଆଚାର୍ୟ୍ୟ ପୁଣି କହିଛନ୍ତି ଯେ, କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶା ରଖୁଥିଲେ। ହେଲେ ତାହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି। ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ । ମହାନଦୀ ଜଳ ଟ୍ରିବୁନାଲ ନିକଟରେ ମାମଲାଟି ସାତ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲା ପଡି ରହିଥିଲେ ସୁଦ୍ଧା କେବଳ ତାରିଖ ପରେ ତାରିଖ ଗଡ଼ୁଛି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଗତି ଅତ୍ୟନ୍ତ ନୈରାଶଜନକ।ବର୍ତ୍ତମାନ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବନା କରିଛନ୍ତି 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook