Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

    Share on :
    ajab-Image
    Date: Oct 14, 2021    Views: 3208

    ଭୁବନେଶ୍ୱର:  ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପାଇବାରୁ ଯାଉଛି ୟୁଜୁସି ମାନ୍ୟତା   ।  ୟୁଜୁସି  ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

    ଏହା ସହିତ ଆଗାମୀ ଦିନରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ୟୁଜିସି ଅଧିନିୟମ ୧୯୫୬, ଧାରା ୧୨(ବି) ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ମତ ପ୍ରକାଶ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ  ।  

    ଓଡିଶାରେ ଆଇନଜୀବୀ ଛାତ୍ରମାନେ ଏହା ଦ୍ୱାରା ଫଳପ୍ରଦ ପାଇବା ସହ ଆଗାମୀ ଦିନରେ ଅଧିକ ଶିକ୍ଷଣୀୟ ତଥ୍ୟ ହାସଲରେ ସହାୟକ ହେବ  । କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ  । ଏହି ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ପାଇବା ପରେ ଅଧିକ କ୍ରିୟାଶୀଳ ହେବ  ।

    Maximum 500 characters

    ତାଜା ଖବର View all

    Find Us on Facebook