Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ହୋଇଯାଆନ୍ତୁ ସାବଧାନ ନଚେତ୍ ଛାଡି ପଳାଇବେ ଲକ୍ଷ୍ମୀ

    Share on :
    ajab-Image
    Date: Feb 4, 2026    Views: 3158

    ଅନେକ ସମୟରେ ଆମେ ଦେଖୁ ଘରେ ଅଯଥାରେ ଅଶାନ୍ତି ଲାଗିରହିଥାଏ । ଅର୍ଥର ସଙ୍କଟ ମଧ୍ୟ ଦେଖାଦେଇଥାଏ । ଆମେ ଭାବିଥାଉ ଏହା ଘରର ବାସ୍ତୁ ଦୋଷ ପାଇଁ ହେଉଛି । ମାତ୍ର ଏହା କେବଳ ଘରର ବାସ୍ତୁ ଦୋଷରୁ ହୋଇନଥାଏ । ଘରର ସଦସ୍ୟ ମାନଙ୍କର ବିଭିନ୍ନ ପ୍ରକାର କାର୍ୟ୍ୟକଳାପ ଯୋଗୁଁ ମଧ୍ୟ ଘରେ ଏଭଳି ଅଶାନ୍ତି ଲାଗିରହିଥାଏ । ତେଣୁ ଘରେ ଅଶାନ୍ତି ନହେବା ପାଇଁ ଏଭଳି ଅଶୁଭ କାମ ସବୁ କେବେ କରନ୍ତୁ ନାହିଁ ।

    ଘରେ କେବେ ହେଲେ ବି ଖଟ ଉପରେ ବସି ଖାଆନ୍ତୁନାହିଁ । ଏଭଳି କରିବା ଦ୍ବାରା ଘରେ ସବୁବେଳେ ଅଶାନ୍ତି ବୃଦ୍ଧି ପାଇଥାଏ । ଘରଲୋକଙ୍କ ପାଖରେ କେବେ ହେଲେ ବି ଅର୍ଥ ରହେନାହିଁ । ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।
    ଏଭଳି କରିବା ଦ୍ବାରା ପଡୋଶୀମାନେ ଶତ୍ରୁ ହୋଇଯିବେ ।
    ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ବାସନକୁ ଧୋଇକରି ରଖନ୍ତୁ । ରାତିରେ ଅଇଁଠା ବାସନ ରଖିବା ଦ୍ବାରା ଅର୍ଥହାନି ହୋଇଥାଏ ।
    ଘରେ କେବେ ହେଲେ ଝାଡୁକୁ ଛିଡା କରି ରଖନ୍ତୁନାହିଁ । ଝାଡୁରେ କେବେହେଲେ ଗୋଡ ଲଗାନ୍ତୁନାହିଁ । ଘରେ ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ନଚେତ୍ ଘରେ ଦାରିଦ୍ର୍ୟ ଦେଖାଦେବ ।
    କେବେ ଆରତୀ, ଦୀପ, ହୋମ ଅଗ୍ନିକୁ ମୁହଁରେ ଫୁଙ୍କି ଲିଭାନ୍ତୁ ନାହିଁ ।

    Maximum 500 characters

    ବିଶେଷ View all

    Find Us on Facebook