Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନି, ଜାଣନ୍ତୁ କାହିଁକି

    Share on :
    ajab-Image
    Date: Oct 1, 2021    Views: 4277

    ଦୁବାଇ,୧/୧୦: ଚାଲିଛି ଆଇପିଏଲ ମହାସମର । ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରି ଚାଲିଛି ଚେନାଇ ସୁପର କିଙ୍ଗ୍ସ । ଗତକାଲି ସିଜିନର ୪୪ତମ ମ୍ୟାଚ୍, ଚେନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ସିଏସକେ ଦଳର ଅଧିନାୟକ ଧୋନି ଏକ ନୂଆ ରେକର୍ଡ ସୃଷ୍ଟି କରିଛିନ୍ତି । ଏହି ଟି-୨୦ ଲିଗରେ ଫ୍ରାଞ୍ଚାଇଜ ପାଇଁ ୧୦୦ଟି କ୍ୟାଚ ପୂରଣ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ଏହା ସହିତ ଏହି ମ୍ୟାଚରେ ଚେନ୍ନାଇ ଦଳର ସୁରେଶ ରାଇନା ୯୮କ୍ୟାଚ୍ ଓ କିରନ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୯୪ଟି କ୍ୟାଚ ନେଇଛନ୍ତି । ଆଇପିଏଲରେ ଜଣେ ଉଇକେଟ କିପରି ସର୍ବଧିକ ଖେଳାଳୀଙ୍କୁ ଆଉଟ କରିବ, ଏହି ତାଲିକାରେ ଧୋନି ଶୀର୍ଷରେ ଅଛନ୍ତି । ସେ ନିକଟରେ ପୂର୍ବତନ କୋଲକତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଅତିକ୍ରମ କରିଛନ୍ତି । ଏହି ଟି-୨୦ ଲିଗରେ ଧୋନି ଉଇକେଟ କିପର ଭାବରେ ୧୧୯ କ୍ୟାଚ ଓ ୩୯ ଷ୍ଟମ୍ପିଂ କରିଛନ୍ତି । ଗତକାଲି ଚେନ୍ନାଇ ସୁନର କିଙ୍ଗ୍ସ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରି ବିଜୟ ସହ ସିଜିନର ପ୍ରଥମ ଦଳ ଭାବରେ ପ୍ଲେ ଅଫରେ ପହଞ୍ଚିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook