ମୁଖ୍ୟ ଖବର
ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ସବ୍ସିଡିରେ ମିଳୁଥିବା ଏଲ୍ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ଲାଗି ବାୟୋମେଟ୍ରିକ ପ୍ରମାଣନ ବା ଇ-କେୱାଇସି ଅନିବାର୍ଯ୍ୟ କରାଯାଇଛି । ଏହା ନ କଲେ ସିଲିଣ୍ଡର ଉପରେ ମିଳୁଥିବା ୨୧୦ ଟଙ୍କାର ସବ୍ସିଡି ମିଳିବ ନାହିଁ ।ପେଟ୍ରୋଲିୟମ ମନ୍ତ୍ରଣାଳୟ ମୁତାବକ, ଜାଲ୍ ହିତାଧିକାରୀଙ୍କୁ ସଂଯୋଗ ବନ୍ଦ କରିବା ଏବଂ ଠିକ୍ ଲୋକଙ୍କୁ ସବ୍ସିଡି ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ ସେପ୍ଟେମ୍ବର ସୁଦ୍ଧା ୨୭.୪୩ କୋଟି ସକ୍ରିୟ ଘରୋଇ ଏଲ୍ପିଜି ଉପଭୋକ୍ତା (୮୯.୯%) ଇ-କେୱାସି ପୂରଣ ହୋଇଛି । ଏହି ଉପଭୋକ୍ତାମାନେ ବିନା ପ୍ରତିବନ୍ଧକରେ ଏଲ୍ପିଜି ଭରି ପାରିବେ । ଯେଉଁ ଉପଭୋକ୍ତାଙ୍କ ଇ-କେୱାଇସି ବାକି ରହିଛି ଇ-କେୱାଇସି କରାଇବା ପରେ ହିଁ ସବ୍ସିଡି ଭିତ୍ତିକ ସେବା ମିଳିବ ।
ବାୟୋମେଟ୍ରିକ ପ୍ରମାଣନ ନ କରାଇଥିଲେ ମଧ୍ୟ ଏଲ୍ପିଜି ମିଳିବ । ମାତ୍ର ସବ୍ସିଡି ଲାଗି ଯୋଗ୍ୟ ବିବେଚିତ ହେବେନି ହିତାଧିକାରୀ । କେୱାଇସି ଲାଗି ଡିଜିଟାଲ ଚ୍ୟାନେଲ୍, ଆପ୍, ହ୍ୱାଟସଆପ୍ କିମ୍ବା ଆଇଭିଆର୍ଏସ୍ ବିକଳ୍ପ ନେବାକୁ ହେବ । ଇ-କେୱାଇସି ଲାଗି ପୂର୍ବରୁ ଜୁନ ୩୦ ଶେଷ ତାରିଖ ଥିଲା । ଏହା ପରେ ଜୁଲାଇ ୩୧, ୭ ଅଗଷ୍ଟ, ୧୫ ଅଗଷ୍ଟ, ୨୩ ଅଗଷ୍ଟ, ୩୧ ଅଗଷ୍ଟ, ୭ ସେପ୍ଟେମ୍ବର ଏବଂ ଶେଷରେ ୧୪ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିଲା ।
Comments ସମସ୍ତ ମତାମତ