ମୁଖ୍ୟ ଖବର
ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ମାସରେ ଉଭୟ ଗ୍ୟାସ୍ ସିଲିଣ୍ଡର ଏବଂ ପେଟ୍ରୋଲ-ଡିଜେଲ ଦରରେ ବଡ଼ ଅଶ୍ୱସ୍ତି ମିଳିଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୮୩ ଟଙ୍କା ୫୦ ପଇସା ହ୍ରାସ ହୋଇଛି । ଅର୍ଥାତ ୩୧୧୩ ଟଙ୍କାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡର ଏବେ ୨୯୩୦ ଟଙ୍କାରେ ମିଳିବ । ଘରୋଇ ୧୪ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ସେହିପରି ପେଟ୍ରୋଲ-ଡିଜେଲ ଦର ବି କମିଛି । ୨ ବର୍ଷ ପରେ ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ହ୍ରାସ୍ ହୋଇଛି ।
ଜୁଲାଇରେ ଶସ୍ତା ଅଶ୍ୱସ୍ତି- ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରନ୍ତି । ଜୁଲାଇ ଆରମ୍ଭ ଏକ ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ସହିତ ଆରମ୍ଭ ହୋଇଛି। ମଧ୍ୟପ୍ରାଚ୍ୟ ଉତ୍ତେଜନା ଯୋଗୁଁ ସମ୍ପ୍ରତି ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଦ୍ରୁତ ଗତିରେ ବଢୁଥିଲା । ଜୁଲାଇ ୧ରେ ଦିଲ୍ଲୀ ଏବଂ ଅନ୍ୟାନ ସହରଗୁଡିକରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ଚଳିତବର୍ଷ ପ୍ରଥମ ଥ ପାଇଁ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି । ଚଳିତ ବର୍ଷ ପ୍ରତିମାସରେ ପ୍ରାୟ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ମୁଦ୍ରାସ୍ଫିତୀର ଶିକାର ହୋଇଛି । ଜାନୁଆରୀରେ ପ୍ରତି ସିଲିଣ୍ଡର ମୂଲ୍ୟ ୧,୬୯୧ ଥିଲା । ମେ' ମାସରେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୯୯୩ ଟଙ୍କା ବଢିଥିଲା । ଦିଲ୍ଲୀରେ ୩୦୭୧.୫୦ ଟଙ୍କାରେ ପହଞ୍ଚିଥିଲା । ଜୁନ୍ ୧ ତାରିଖରେ ମଧ୍ୟ ଅଶ୍ୱସ୍ତି ମିଳିନଥିଲା । ୪୨ ଟଙ୍କା ବଢିଥିଲା ସିଲିଣ୍ଡର ଦର ।
ଘରୋଇ ସିଲିଣ୍ଡର ମୂଲ୍ୟ- ବର୍ଷେ ପରେ ଘରୋଇ ସିଲିଣ୍ଡର ମୂଲ୍ୟ ସଂଶୋଧନ କରାଯାଇଥିଲା । ମାର୍ଚ୍ଚ ୭,୨୦୨୬ରେ ପ୍ରତି ସିଲିଣ୍ଡର ପାଇଁ ରନ୍ଧନ ଗ୍ୟାସର ମୂଲ୍ୟ ୬୦ ଟଙ୍କା ବଢିଥିଲା । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୮୫୩ରୁ ବଢି ୯୧୩ ଟଙ୍କା ହୋଇଥିଲା । ଏହା ପରେ ଜୁନ୍ ୭ ତାରିଖରେ ଆଉ ୨୯ ଟଙ୍କା ମହଙ୍ଗା ହୋଇଥିଲା ଦର । ବର୍ଷେ ପର୍ଯ୍ୟନ୍ତ ଘରୋଇ ଏଲପିଜି ସିଲିଣ୍ଡର ୮୯ ଟଙ୍କା ମହଙ୍ଗା ହୋଇଥିଲା ।
ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ ଦର ଶସ୍ତା ହୋଇଛି । ନାୟାରା ଏନର୍ଜି ଦେଶରେ ଲିଟର ପ୍ରତି ପେଟ୍ରୋଲ ମୂଲ୍ୟ ୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ୩ଟଙ୍କା ହ୍ରାସ କରିଛି। ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ପ୍ରଥମ ମୂଲ୍ୟ ହ୍ରାସ । ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ଏବଂ ବିଶ୍ୱ ତୈଳ ମୂଲ୍ୟ ସ୍ଥିର ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ନୂଆ ନାଇରା ମୂଲ୍ୟ ଦେଶର ୭ ହଜାରରୁ ଅଧିକ ଇନ୍ଧନ ଷ୍ଟେସନରେ କାର୍ଯ୍ୟକାରୀ କରାଯାଇଛି । ମୂଲ୍ୟ-ଯୁକ୍ତ ଟିକସ (VAT) ଭଳି ସ୍ଥାନୀୟ ଟିକସ ଉପରେ ନିର୍ଭର କରି ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରକୃତ ମୂଲ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ହୋଇପାରେ । ଦର ହ୍ରାସର ମୂଖ୍ୟ କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଷ କାରଣ ଶତ୍ରୁତା ବନ୍ଦ ଦେବା ଦ୍ୱାରା ଅନ୍ତର୍ଜାତୀୟ ତୈଳ ମୂଲ୍ୟ ହ୍ରାସ ପାଇଛି । ଆମେରିକା-ଇରାନ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଥିଲା।
Comments ସମସ୍ତ ମତାମତ