Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଲପିଜି ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି

    Share on :
    ajab-Image
    Date: Mar 10, 2026    Views: 2809

    ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଲୋକମାନେ ଅଧିକ ମାତ୍ରାରେ ବୁକିଂ କରୁଛନ୍ତି। ଏହାଦ୍ୱାରା କଳାବଜାରୀ ବଢ଼ିବାର ଆଶଙ୍କା ରହିଛି। ସେହିପରି ମାର୍କେଟରେ ଅପ୍ରାକୃତିକ ଭାବେ ଏଲପିଜି ସିଲିଣ୍ଡରର ସଙ୍କଟ ସୃଷ୍ଟି ହୋଇପାରେ। ଏଥିପାଇଁ ସରକାର ବୁକିଂ ଅବଧିକୁ ୨୫କୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଯୁଦ୍ଧ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସ୍ୱାଭାବିକ ଭାବେ ବୁକିଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ଯେଉଁ ଉପଭୋକ୍ତାମାନେ ସାଧାଣତଃ ୫୫ ଦିନରେ ଥରେ ବୁକିଂ କରୁଥିଲେ ଏବେ ସେମାନେ ୧୫ ଦିନ ମଧ୍ୟରେ ଗ୍ୟାସ ପାଇଁ ବୁକିଂ କରୁଛନ୍ତି। ସେମାନେ ଅଧିକ ମାତ୍ରାରେ ଗ୍ୟାସ ସଂରକ୍ଷିତ କରି ରଖିବାର ଆଶଙ୍କା ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ବୁକିଂ ସମୟସୀମାରେ ସଂଶୋଧନ କରି ସରକାର ସିଲିଣ୍ଡର ବଣ୍ଟନରେ ସ୍ୱଚ୍ଛତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।

    ସମାନ ସମୟରେ ସରକାର ଦେଶର ରିଫାଇନାରୀମାନଙ୍କୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଶେଷରେ କରି ଘରୋଇ ଏଲପିଜି ସିଲିଣ୍ଡର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। ଯୋଗାଣରେ ସ୍ଥିରତା ଆଣିବା ପାଇଁ ସରକାର ଅତିରିକ୍ତ ଭାବେ ଆମଦାନୀ ବିକଳ୍ପ କଥା ମଧ୍ୟ ଚିନ୍ତା କରୁଛନ୍ତି। ଆଲଜେରିଆ, ଅଷ୍ଟ୍ରେଲିଆ, କାନାନା ଓ ନରୱେ ଭଳି ଦେଶ ସହ ଏଲପିଜି ପାଇଁ ସରକାର ଯୋଗାଯୋଗରେ ଥିବା ଜଣାପଡ଼ିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook