Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୁକିଂର ୪୫ ମିନିଟ ମଧ୍ୟରେ ପହଁଚିବ ଗ୍ୟାସ

    Share on :
    ajab-Image
    Date: Jan 13, 2021    Views: 6033

    ନୂଆଦିଲ୍ଲୀ : ପିଜା ଭଳି ବୁକିଂ କରିବାର ମାତ୍ର ୪୫ ମିନିଟ ଭିତରେ ଘରେ ପହଁଚିଯିବ ଏଲପିଜି  । ଇଣ୍ଡିଆନ ଅଏଲ ପକ୍ଷରୁ ଏଭଳି ତକôାଳ ଏଲପିଜି ସେବା ଯୋଜନା ଆରମ୍ଭ ହୋଇଛି  । 

    ପୂର୍ବରୁ ଏଲପିଜି ବୁକିଂ କଲେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଥିଲା  । କିନ୍ତୁ ଏବେ ଆଇଓସିଏଲ ନୂଆ ଯୋଜନା ଆରମ୍ଭ କରିଛି  । ଫେବୃଆରୀ ପହିଲାରୁ ଏହି ଯୋଜନା ଦେଶରେ ଆରମ୍ଭ ହୋଇଯିବ  । ବୁକିଂର ୩୦ରୁ ୪୫ ମିନିଟ ମଧ୍ୟରେ ଗ୍ୟାସ ଭର୍ତି ସିଲିଣ୍ଡର ଗ୍ରାହକଙ୍କ ପାଖରେ ପହଁଚିଯିବ  । ତେବେ ଗୋଟିଏ ସିଲିଣ୍ଡର ଥିବା ଗ୍ରାହକଙ୍କ ପାଇଁ ଏହି ଯୋଜନା ଉପଲବ୍ଧ ହେବ  । 

    ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ଏଲପିଜି ଯୋଗାଇ ଦେଉଛି  । ଦେଶର ମୋଟ ୨୮ କୋଟି ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୧୪ କୋଟି ଗ୍ରାହକ ହେଉଛନ୍ତି ଆଇଓସିଏଲର  । ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ କି ନାହିଁ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ  । 

    ତେବେ ୨୦୧୦ ଜୁଲାଇରେ ପ୍ରିଫରଡ଼ ଟାଇମ ଏଲପିଜି ଡେଲିଭରୀ ସ୍କିମ ଆରମ୍ଭ ହୋଇଥିଲା  । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରିଫିଲ ହୋଇଥିବା ଗ୍ୟାସ ଦାବି କରିବା ସୁବିଧା ରହିଥିଲା  । ଏଥିପାଇଁ ଡେଲିଭରି ପିଛା ୨୦ରୁ ୫୦ ଟଙ୍କା ନିଆଯାଉଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook