Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୦ରେ ଲଘୁଚାପ !

    Share on :
    ajab-Image
    Date: Nov 27, 2026    Views: 2465

    ଭୁବନେଶ୍ୱର,:  ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ  ସାମାନ୍ୟ ବଢ଼ିଛି । ଆସନ୍ତା ୨-୩ ଦିନ  ଭିତରେ ଆହୁରି ୨ରୁ ୪ ଡିଗ୍ରୀ ସେଲସିୟସ୍‌  କମିପାରେ । ଏଭଳି ପୂର୍ବାନୁମାନ  ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବଙ୍ଗୋପସାଗରରେ  ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ  ଯାଉଛି । ଏ ନେଇ ବିଭିନ୍ନ ମଡେଲ୍‌  ସଙ୍କେତ ଦେଖାଇବା ସହ ଏହା  ଘନୀଭୂତ ହେବା ନେଇ ପୂର୍ବାନୁମାନ  କରିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ  ବିଭାଗ (ଆଇଏମଡି)ର ବିସ୍ତାରିତ  ପୂର୍ବାନୁମାନ ଅନୁସାରେ ଆସନ୍ତା  ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା  ଅଛି । ଏହା ଘନୀଭୂତ ହୋଇ ଦକ୍ଷିଣ  ଆଣ୍ଡାମାନ ସାଗର ଏବଂ ସଂଲଗ୍ନ  ଆଣ୍ଡାମାନ ନିକୋବର ଓ ଦକ୍ଷିଣ ପୂର୍ବ  ବଙ୍ଗୋପସାଗରରେ ୩୦ ତାରିଖକୁ  ଲଘୁଚାପରେ ପରିଣତ ହୋଇପାରେ ।  

    ସ୍ୱଳ୍ପ ସମ୍ଭାବନା ରହିଛି, ଏହା ଅଧିକ  ଘନୀଭୂତ ଡିସେମ୍ବର ୨ ତାରିଖବେଳକୁ  ଅବପାତ ରୂପ ନେଇପାରେ ।  କେତେକ  ମଡେଲ୍‌ ଅନୁସାରେ ଏହା ଘନୀଭୂତ  ହୋଇ ବାତ୍ୟାରେ ପରିଣତ ହେବା  ସମ୍ଭାବନା ରହିଛି । ଶ୍ରୀଲଙ୍କା-ତାମିଲନାଡ଼କୁ  ଏହା ଗତି କରିପାରେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook