Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୦ରେ ଆଉ ଏକ ଲଘୁଚାପ ସମ୍ଭାବନା

    Share on :
    ajab-Image
    Date: Nov 22, 2026    Views: 3252

    ଭୁବନେଶ୍ୱର; ବର୍ଷା ଦିନ ସରିଲାଣି କିନ୍ତୁ ବର୍ଷା ବିପତ୍ତି ଟଳୁନି । ଲଗାତାର ୩ଟି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷିଲା । ଅର୍ଣ୍ଣବ, ମୁରାସୁ ପରେ ଅକଭାନ୍ ବର୍ଷା-ବନ୍ୟା ବିପତ୍ତି ଆଣିଲା । ଚାଷୀର ଫସଲ ଉଜୁଡ଼ିଲା ତଥାପି ବର୍ଷାର ମନ ଶାନ୍ତି ହୋଇନାହିଁ । ଲଘୁଚାପ ପିଛା ଛାଡୁନିି । ପୁଣି ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ଲଗାତାର ୩ଟି ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ପରେ ପୁଣି ଏକ ଲଘୁଚାପ ସମ୍ଭାବନାକୁ ନେଇ ଚିନ୍ତା ବଢ଼ିଛି । ଭାରତୀୟ ପାଣିପାଗ ବିଜ୍ଞାନ (ଆଇଏମଡି)ର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ମାତ୍ର ଏହାର ତୀବ୍ରତା, ଗତିପଥ ଓ ପ୍ରଭାବ ନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି ।

    କେତେକ ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଶ୍ରୀଲଙ୍କା ଆଡ଼କୁ ଯାଇପାରେ । ଆଉ ଏକ ମଡେଲ୍ ପୂର୍ବାନୁମାନ ଅନୁସାରେ ଏହା ଘନୀଭୂତ ହୋଇପାରେ । କିନ୍ତୁ, ଏବେ ଠାରୁ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାଧାରଣତଃ ବର୍ଷର ଦୁଇଟି ସମୟରେ ବାତ୍ୟା ଆସିଥାଏ ।ଅନ୍ୟପଟେ ଆଜି ରାଜଧାନୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଭୁବନେଶ୍ବର କଟକ ସମେତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ କମ୍ ଦୃଶ୍ୟମାନ, ଗମନାଗମନ ବାଧାପ୍ରାପ୍ତ ହୋଇଛି । ୩ ଦିନ ପେର ଶୀତ ବଢିବ ବୋଲି ଆକଳନ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook