Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୃଷ୍ଟି ହୋଇପାରେ ଦୁଇଟି ଘୂର୍ଣ୍ଣିବଳୟ

    Share on :
    ajab-Image
    Date: Jun 24, 2026    Views: 3057

    ଭୁବନେଶ୍ଵର: ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିବାବେଳେ କୃଷକଙ୍କ ପାଇଁ ଆଶ୍ୱସ୍ତିକର ଖବର। ଜୁନ୍ ଶେଷ ଓ ଜୁଲାଇ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଦୁଇଟି ଘୂର୍ଣ୍ଣିବଳୟ। ଚଳିତ ଜୁନ୍ ମାସ ୨୫ ରୁ ୨୬ ତାରିଖ ଭିତରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ସ୍ଥଳଭାଗରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାପରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ପୁଣି ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହି ଦୁଇଟି ସିଷ୍ଟମ ଯୋଗୁଁ ସାରା ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଡ. ସାହୁ ଆଶା କରିଛନ୍ତି। ଏବେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ ବର୍ଷା ନିଅଣ୍ଟିଆ ରହିଛି। ଏହି ବର୍ଷା ଦ୍ୱାରା ବର୍ଷା ନିଅଣ୍ଟ ପୂରଣ ହୋଇଯିବ ଏବଂ ଚାଷ କାମ ତ୍ୱରାନ୍ୱିତ ହେବ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook