Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଙ୍ଗୋପସାଗରରେ ୧୦ରେ ସୃଷ୍ଟି ହେବ ଲଘୁଚାପ

    Share on :
    ajab-Image
    Date: May 7, 2026    Views: 2498

    ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ଆକଳନ ଆକଳନ କରିଛନ୍ତି । ହେଲେ ଏହି ଲଘୁଚାପ କ୍ଷେତ୍ର ପରବର୍ତ୍ତି ସମୟରେ ଅବପାତ ହେବ କିମ୍ବା କେଉଁଆଡ଼କୁ ଗତି କରିବ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

    ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପ୍‌ଲାଇନ୍ ରହିଛି । ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି । ହେଲେ ଏଗାର ତାରିଖ ବେଳକୁ ଟ୍ରପଲାଇନ ଦୁର୍ବଳ ହେବା ପରେ ଲଘୁଚାପର କ୍ଷେତ୍ର କେଉଁ ଆଡକୁ ଗତି କରିବ ତାହା ସ୍ପଷ୍ଟ ହୋଇପାରିବ । ତେବେ ଲଘୁଚାପ କ୍ଷେତ୍ର ନେଇ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook