Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଙ୍ଗୋପସାଗରରେ ଆସୁଛି ଲଘୁଚାପ

    Share on :
    ajab-Image
    Date: Dec 26, 2025    Views: 3043

    ବଙ୍ଗୋପସାଗରରେ ଆସୁଛି ଲଘୁଚାପ ଓ ଆସନ୍ତା ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହା ଏକ ସପ୍ତାହରୁ ଅଧିକ ସମୟ ଯାଏଁ ଲଘୁଚାପ ଅବସ୍ଥାରେ ଦକ୍ଷିଣ ବଙ୍ଗୋପସାଗରରେ ରହିପାରେ ଓ ବର୍ତ୍ତମାନ ବିଭିନ୍ନ ପାଣିପାଗ ମଡେଲ୍ ପକ୍ଷରୁ ପୂର୍ବାନୁମାନ କରାଯାଉଛି ଯେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ୩୧ ତାରିଖରେ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ଓ ସେପଟେ ଆଉ ଏକ ସପ୍ତାହ ପର୍ୟ୍ୟନ୍ତ ରାଜ୍ୟରେ ଜାଡ଼ ଜାରି ରହିବ । ବର୍ଷ ଶେଷ ବେଳକୁ କନ୍ଧମାଳରୁ ଗଜପତି, କୋରାପୁଟ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି ଓ

    ଭୁବନେଶ୍ବର-କଟକ ଟ୍ବିନ୍ ସିଟିରେ ବି ଥଣ୍ଡା ବଢ଼ିବ । ଥଣ୍ଡାରୁ ନିସ୍ତାର ନାହିଁ । ରାଜ୍ୟରେ ଭୟଙ୍କର ଶୀତ ଲହରୀ । ଉପାନ୍ତରୁ ଉପକୂଳ ଯାଏଁ । ଥରୁଛି ସାରା ରାଜ୍ୟ । ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook