Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    କାହିଁକି କିଛିଦିନ ପରେ କମିଯାଏ ଭଲ ପାଇବା

    Share on :
    ajab-Image
    Date: Feb 8, 2021    Views: 10582

    ଏ ଯୁବ ସମାଜ ଭଲଭାବେ ବୁଝିବା ଉଚିତ କି ପ୍ରେମ କ’ଣ ବା ଭଲପାଇବା କ’ଣ? ଭଲ ପାଇବା ବା ପ୍ରେମ ଗୋଟେ ଛୋଟ ଶଦ୍ଧ ନୁହେଁ, ଏହାକୁ ଅନେକ ସାଧାରଣ ଶବ୍ଦ ହିସାବରେ ନିଅନ୍ତି  । ଅନେକଙ୍କ ପାଇଁ ଭଲ ପାଇବାର ଅର୍ଥ ହେଉଛି; ସ୍ୱାମୀ ସ୍ତ୍ରୀ କିମ୍ବା କୌଣସି ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ଭିତରେ ଥିବା ଆକର୍ଷଣ  । ତେବେ ପ୍ରକୃତରେ ପ୍ରେମର ଅର୍ଥ ଶ୍ରେଷ୍ଠ । ମଣିଷ ଜୀବନରେ ଯେତେ ଭାବନା ଅଛି ସବୁଠୁ ଉଚ୍ଚତାରେ ଅଛି ପ୍ରେମ  । 

    କୌଣସି ଏକ ଯୁବକ ଯେତେବେଳେ କଲେଜରେ ପଢ଼ୁଥାନ୍ତି ସେ କଲେଜର ଏକ ସୁନ୍ଦର ଝିଅକୁ ଦେଖି ଆକର୍ଷିତ ହୁଅନ୍ତି  । ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ବଢ଼ିଚାଲେ  । ସମ୍ପର୍କ ସୁଦୃଢ଼ ହେଲେ ସେମାନେ ବିବାହ କରିବା ପାଇଁ ସ୍ଥିର କରିଥାନ୍ତି । ଏହାକୁ ନେଇ ସେମାନେ ଖୁସି ମଧ୍ୟ ଥାନ୍ତିି  । କାରଣ ଦୀର୍ଘ ଦିନ ପ୍ରେମ ପରେ ସେମାନେ ବିବାହ କରିଛନ୍ତି  । ବିବାହ ପରେ କିଛି ଦିନ ବେଶ ଆରାମରେ କଟେ  । ତାପରେ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ରୁହନ୍ତି । ମହିଳାଙ୍କ ଶରୀରରେ ଧିରେ ଧିରେ ପରିବର୍ତନ ଆସିଲେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ କମିବାରେ ଲାଗିଥାଏ  । ସମସ୍ତେ ସନ୍ତାନଙ୍କ ପ୍ରେମରେ ହିଁ ପଡ଼ିଯାଆନ୍ତି  । ଫଳରେ ଧିରେ ଧିରେ କମିଯାଏ ମନ ଓ ତନର ଆକର୍ଷଣ  । ବାସ କିଛି ବର୍ଷ ପରେ ସେମାନଙ୍କ ପ୍ରେମର ଜୁଆରରେ ଭଟ୍ଟା ପଡ଼ିଯାଏ  । କିନ୍ତୁ ଏମିତି କିଛି ଅଛନ୍ତି ଯେଉଁମାନେ ମରିବା ପର୍ଯ୍ୟନ୍ତ ବି ନିଜ ପ୍ରେମକୁ ଅମର କରି ରଖିଥା’ନ୍ତି  ।

    ଯେଉଁ ସମ୍ପର୍କ ଭିତରେ ନିରୁତା ଭଲ ପାଇବା ନଥାଏ, ଯେଉଁ ଭଲ ପାଇବାରେ ଭୌତିକ ଓ ପାର୍ଥିବ ସମ୍ପର୍କ ଅଧିକ ଥାଏ ସେଭଳି ଭଲ ପାଇବା କେବେ ପ୍ରକୃତ ପ୍ରେମର ରୂପ ନେଇନଥାଏ  । ଫୁଲଟିଏ ଫୁଟି ଝଡ଼ିଯିବା ଭଳି ସେମାନଙ୍କ ପ୍ରେମର ପାଖୁଡ଼ା ବି ସେମିତି ଝଡ଼ି ଲୋଟିଯାଏ  ।

    Maximum 500 characters

    ଘରକରଣ View all

    Find Us on Facebook