Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ପ୍ରେମରେ କେବେ ହେବେ ନାହିଁ ବିଫଳ, ଜାଣନ୍ତୁ ତରିକା

    Share on :
    ajab-Image
    Date: Oct 31, 2022    Views: 6903

    ଭୁବନେଶ୍ୱର: ପ୍ରାୟ ସମସ୍ତ ବ୍ୟକ୍ତି ପ୍ରେମର ସ୍ୱାଦ ଚାଖିଥାନ୍ତି କେତେବେଳେ ତାହା ସଫଳ ହୋଇଥାଏ ପୁଣି କେତେବେଳେ ଅସଫଳ । ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ  କେତେଗୁଡିଏ କଥା ରହିଛି ଯାହା ଆମ ପ୍ରେମମୟ ଜୀବନରେ ବହୁତ ଦରକାରି ଅଟେ । ଆଜିର ବାସ୍ତୁ ଟିପସରେ ଜାଣିବା ଆପଣ ନିଜ ଲଭ ଲାଇଫରୁ କିପରି ଚିନ୍ତା ଶୂନ୍ୟ ହୋଇପାରିବେ । ଟାଲନ୍ତୁ ଜାଣିବା...

    ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ । ବାସ୍ତୁ ଅନୁସାରେ ଯଦି ଆପଣ ଓଟର କୌଣସି ମୂର୍ତି କିମ୍ବା ଫୋଟ ନିଜ ଶୋଇବା ଘରେ ଲଗାଇବେ ତେବେ ଆପଣଙ୍କ ମନକୁ ଏହା ସଜାଗ ରଖିବା ସହିତ ଆପଣଙ୍କୁ ଅନେକଗୁଡ଼ିଏ କାମ ପାଇଁ ମଧ୍ୟ ସକାରତ୍ମକ ଉର୍ଜା ଯୋଗାଇବ । କାରଣ ଓଟ ଏହି ଭଳି ଏକ ପ୍ରାଣୀ, ଯିଏ କି ଜୀବନରେ ଅନେକ ପ୍ରକାରର କଠିନ କାମକୁ କରିଥାଏ ।

    ବାସ୍ତୁ ଅନୁଯାୟୀ ଆପଣଙ୍କ ପ୍ରେମ ଜୀବନରେ ଯଦି ବି କିଛି ଅସୁବିଧା ଦେଖାଦେଉଛି ତେବେ ନିଜ ପ୍ରିୟତମ କିମ୍ବା ପ୍ରିୟତମାଙ୍କୁ ଓଟର ଫଟୋ କିମ୍ବା ମୂର୍ତ୍ତି ଉପହାର ଦେଇପାରିବେ । ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଯେତେବେଳେ ମଧ୍ୟ ଉପହାର ଦେବେ ତାହା କୌଣସି କାଗଜରେ ଦେବେ ଓ ତାହା ଗୋଟିଏ ଯୋଡି ହୋଇଥିବା ଆବଶ୍ୟକ ।

    ବାସ୍ତୁ ଶାସ୍ତ୍ର ପ୍ରେମ କରୁଥିବା ବ୍ୟକ୍ତି କଦାପି ନିଜ ପାର୍ଟନରଙ୍କୁ ଗୋଟିକିଆ ଜିନିଷ ଉପହାର ଦେବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ରଖିବା ଉଚିତ ନୁହେଁ । ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଜାରେ ଭରିଦେବ ।

    ବାସ୍ତୁ ଅନୁଯାୟୀ କେବେବି ନିଜ ବେଡ଼ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ଓ ସମ୍ପର୍କରେ ଫାଟ ସୃଷ୍ଟି କରିଦେବ ।

    ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ପ୍ରେମକୁ ନେଇ ନିଜ ପାର୍ଟନରଙ୍କ ସହିତ ସର୍ବଦା କଳହ ଉପୁଜୁଛି ତେବେ ଗୋଟିଏ ହଂସ ଯୋଡି ଉପହାର ଦିଅନ୍ତୁ ଓ ନିଜେ ମଧ୍ୟ ରଖନ୍ତୁ । କାରଣ ଏହା ଉଭୟଙ୍କ ମଧ୍ୟରେ ନିବିଡ଼ତା ଭରିବା ସହିତ କଳହ ମଧ୍ୟ ଦୂର କରିବ । କାରଣ ବାସ୍ତୁ ଅନୁଯାୟୀ ହଂସ ହେଉଛି ଶାନ୍ତିର ପ୍ରତୀକ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook