ମୁଖ୍ୟ ଖବର
ଭୁବନେଶ୍ୱର: ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ, ଯେମିତି ସବୁ ବତ୍ର ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବତ୍ର, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର ସେମିତି ଦେବ ମଧ୍ୟରେ ସେହିଁ ଦେବାଦି ଦେବ ମହାଦେବ । ସୃଷ୍ଟିର ଆରମ୍ଭରେ ପ୍ରଥମେ ଶିବ, ସେ ନିଜ ଦେହରୁ ସୃଷ୍ଟିକଲେ ପ୍ରକୃତି । ଶିବ ଏବଂ ଶକ୍ତିର ମିଳନରେ ସୃଷ୍ଟି ହେଲା ପ୍ରକିୟା । ସେଇଠାରୁ ଆରମ୍ଭ ହେଲା ସୃଷ୍ଟି ସଂଚାଳନ । ଏତଏବ୍ କହିବାକୁ ଗଲେ ସୃଷ୍ଟିର ଆରମ୍ଭରେ ଶିବ ଏବଂ ଶେଷରେ ଶିବ ।
ଅନ୍ୟପଟରେ ଶିବ ସର୍ବଜ୍ଞ, ଚିରନ୍ତନ, ଶାଶ୍ୱାତ, ଓ ସନାତନ । ଅର୍ଥାତ ଶିବ ଶ+ଇ+ବ=ଶଇବ । ଏଥିରୁ ‘ଇ’ ଅକ୍ଷରକୁ ଉଠାଇ ଦେଲେ ତାହା ହେବ ଶିବ । ଶିବର ଅର୍ଥ ଜଡ । ଜୀବ ଚେତନା ଶକ୍ତି ହିଁ ଶିବ । ଜୀବକୁ ଯେ ସୁଖ ପ୍ରଦାନ କରେ ପାପତାପରୁ ମୁକ୍ତ କରେ ସଂସାରରୁ ମୋକ୍ଷ ପ୍ରଦାନ କରେ ଓ ସକଳର କଲ୍ୟାଣ କରେ ସେ ହିଁ ଶିବ । ଯାହାର ଆଦି ନାହିଁ ଅନ୍ତ ନାହିଁ ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଅକାର ନାହିଁ ପ୍ରକାର ନାହିଁ, ଜାତି ନାହିଁ ଗୋତ୍ର ନାହିଁ, ମାତା ନାହିଁ ପିତା ନାହିଁ, ସେ ହେଉଛନ୍ତି ଶିବ । ଶିବ ପରତ୍ମାତା ପରମବ୍ରହ୍ମ ।
ଉପନିଷେଦ ଅନୁସାରେ ଶିବ ଅଗ୍ନି, ତତ୍ୱ ଯାହା ଅପରିବର୍ତନୀୟ । ଅଗି୍ନର ସ୍ୱାଭାବ ଉଦ୍ଦ୍ୱର୍ଗାମୀ, ଅର୍ଥାତ ଅଗ୍ରଗାମୀ । ସେ ଶକ୍ତି ସବୁଠାରୁ ଶ୍ରେଷ୍ଠ ଶକ୍ତି । ଅଥର୍ବବେଦ କହେ ଶିବଙ୍କ ସ୍ୱରୂପ ହେଉଛି ‘ପଶୁପାଳକ’ ପଶୁତତ୍ୱର ଅର୍ଥ ଜୀବ । ଜୀବକୁ ଯେ ପାଳନ କରନ୍ତି ସେ ହେଉଛନ୍ତି ଶିବ ।
ପୁରାଣଶାସ୍ତ୍ର ଅନୁସାରେ, ଶିବ ଶବ୍ଦରେ ଥିବା ‘ଇ’ କାର ସ୍ୱରପ ହେଉଛି ଆହ୍ଲାଦିନୀ ଶକ୍ତି । ଯାହାକୁ ପୁରାଣ ଶାସ୍ତ୍ରରେ ଆଦିଶକ୍ତି-ଜଗଦମ୍ବା-ଆଦିମାତା ରୁପରେ ଆଖ୍ୟା ଦିଆଯାଇଛି । ଆହ୍ଲାଦିନି ଶକ୍ତିର ଅଭାବରେ ପରମାତ୍ମା ସଗୁଣ ରୂପ ଧାରଣ କଲେ ଜଡ ଜୀବଦାନ ପାଏ । ଜଗତର ସୃଷ୍ଟି ପାଇଁ ପିଣ୍ଡ ଓ ବ୍ରହ୍ମାଣ୍ଡ ଦରକାର । ଶିବ+ଶକ୍ତିର ମିଶ୍ରଣରେ ଏହି ସଂସାର । ଶିବ ହେଉଛନ୍ତି ପୁରୁଷ ଓ ଶକ୍ତି ହେଉଛନ୍ତି ନାରୀ ।
ଶିବ ଶଦ୍ଧର ଅର୍ଥ ମଙ୍ଗଳମୟ । ସେ ହେଉଛନ୍ତି ସକଳ ଗ୍ୟାନ ଓ ପ୍ରଜ୍ଞାର ଅଧାର । ଚଣ୍ଡାଳଠାରୁ ବ୍ରାହ୍ମଣଯାଏ, ରାକ୍ଷସ ଠାରୁ ଦେବତା ଯାଏ ସେ ସମସ୍ତଙ୍କର ପ୍ରାର୍ଥନା ଶୁଣିଥାନ୍ତି । ଶ÷ବ ଦର୍ଶନ ହେଉଛି ବେଦାନ୍ତର ସର୍ବଶେଷ୍ଟ ଦର୍ଶନ । ବେଦର ପ୍ରମାଣ ଅଛି ଯାହାର ଜୀବନ ଅଛି ସେହିଁ ଶିବଭକ୍ତ । ଶିବଙ୍କର ବଦନ ସଂଖ୍ୟା ହେଉଛି ୫ । ତାଙ୍କର ମନ୍ତ୍ର ସଂଖ୍ୟା ବି ୫ । ଯଥା- ନମଃ ଶିବାୟ । ‘ନ’ର ଅର୍ଥ ପୃଥିବୀ ଓ ବ୍ରହ୍ମ ‘ମ’ର ଅର୍ଥ ବିଷ୍ଣୁ ‘ଶି’ର ଅର୍ଥ ଅଗ୍ନି ଓ ରୁଦ୍ର ‘ବ’ର ଅର୍ଥ ବାୟୁ ଓ ମହେଶ୍ୱର ‘ୟ’ର ଅର୍ଥ ଅକାଶ, ସଦାଶିବ ବା ଜୀବ । ଶିବ ହେଉଛନ୍ତି ଧର୍ମର ରକ୍ଷକ । ତାଙ୍କର ଯେତେ ପର୍ବପର୍ବାଣୀ ଅଛି ସେଥିମଧ୍ୟରୁ ମହାଶିବରାତ୍ରୀ କହିଲେ ଫାଲଗୁନ ମାସ କୃଷ୍ଣପକ୍ଷ ଜତୁର୍ଦ୍ଦଶୀ ତିଥିକୁ ବୁଝାଯାଇଥାଏ ।
Comments ସମସ୍ତ ମତାମତ