Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁଳି ଫୁଟାଇଲେ ଆଉ ଲୁଟିନେଲେ ୨୫ ଲକ୍ଷର ସୁନା-ରୂପା

    Share on :
    ajab-Image
    Date: May 4, 2026    Views: 3903

    ବାଲେଶ୍ୱର :ପ୍ରଥମେ ଛୁରୀ ଦେଖାଇଲେ ତା’ରେ ଫାୟାରିଂ। ଆଉ ଲୁଟିନେଲା ସୁନା ରୁପା। ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌। ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ।

    ସୂଚନା ମୁତାବକ, ରାତି ପ୍ରାୟ ୮ଟା ରୁ ୯ଟା ସମୟ। ଖଇରା ବଜାରରେ ଥିବା 'ରୁଦ୍ରକାନ୍ତ ଜୁଏଲାରୀ' ମାଲିକ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ଆଳଦା ଛକ ନିକଟରେ ୨ଟି ବାଇକ୍‌ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଥିଲେ। କିଛି ବୁଝିବା ଆଗରୁ ଛୁରୀ ଦେଖାଇ ଭୟଭୀତ କରିବା ସହ ୨ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିଲେ।

    ବାପ-ପୁଅଙ୍କ ପାଖରେ ଥିବା ବ୍ୟାଗ୍‌ରୁ ୧୦ କେଜି ରୁପା ଏବଂ ୩୦ ଗ୍ରାମ ସୁନା ଲୁଟିନେଇଥିଲେ। ବ୍ୟବସାୟୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ମାଡ଼ି ଆସିଥିଲେ, ଫଳରେ ଲୁଟେରାମାନେ ମାରଣାସ୍ତ୍ର ଛାଡ଼ି ଚମ୍ପଟ ମାରିଥିଲେ।

    ଖବର ପାଇ ଖଇରା ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଗୋଟିଏ ଛୁରୀ ଏବଂ ଅଫୁଟା ଗୁଳି ଜବତ କରି ଛାନଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook