ମୁଖ୍ୟ ଖବର
କର୍ଣ୍ଣାଟକର ଚାଡଚନ ସହରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ମଙ୍ଗଳବାର ସନ୍ଧ୍ୟାରେ ୨୦ କୋଟି ଟଙ୍କାର ସୁନା ଓ ନଗଦ ୧ କୋଟି ଟଙ୍କା ଲୁଟ୍ ହୋଇଛି। ୩ ଜଣ ବନ୍ଧୁକଧାରୀ ଏହି ଲୁଟ୍ କରିଛନ୍ତି। ସେମାନେ ସେନା ଷ୍ଟାଇଲର ପୋଷାକ ପିନ୍ଧିଥିଲେ। ସେମାନଙ୍କ ମୁହଁରେ ମାସ୍କ ଥିଲା। ସେମାନେ ବ୍ୟାଙ୍କ ଭିତରକୁ ଧଶେଇ ପଶିବା ପରେ ଉପସ୍ଥିତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସେମାନେ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ ଏବଂ ଗୋଟିଏ ରୁମ୍ରେ ସେମାନଙ୍କୁ ତାଲା ପକାଇ ଦେଇଥିଲେ।ଏହା ପରେ ଲୁଟାରେମାନେ ବ୍ୟାଙ୍କର ମ୍ୟାନେଜରଙ୍କୁ ସୁନା ଲକର ଖୋଲିବାକୁ କହିଥିଲେ। ନହେଲେ ସେମାନେ ତାଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ମ୍ୟାନେଜର ସୁନା ଲକର ଖୋଲି ଦେଇଥିଲେ। ଲୁଟେରାମାନେ ବ୍ୟାଗରେ ସମସ୍ତ ସୁନା ଭର୍ତ୍ତି କରିଥିଲେ। ତା’ସହିତ ବ୍ୟାଙ୍କରେ ଥିବା ନଗଦ ୧ କୋଟି ଟଙ୍କା ବି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ।
Comments ସମସ୍ତ ମତାମତ