Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଗୁଳି ଫୁଟାଇ ଲୁଟିନେଲେ ସୁନାଗହଣା

    Share on :
    ajab-Image
    Date: Apr 7, 2024    Views: 2345

    ବାଲେଶ୍ବର: ଗୁଳି ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ସୁନାଗହଣା ଲୁଟ ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ସିଙ୍ଗଲା ଥାନା ମଚ୍ଛଦା ନିକଟରେ ବ୍ୟବସାୟୀଙ୍କଠାରୁ ୫ଜଣ ଦୁର୍ବୁତ୍ତ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବ୍ୟବସାୟୀ ଜଣକ ଲୁଟର ଶିକାର ହୋଇଛନ୍ତି। ଦୋକାନ ବନ୍ଦ କରି ଗହଣା ବ୍ୟବସାୟୀ ଘରକୁ ବାଇକରେ ଫେରୁଥିବାବେଳେ ୫ଦୁର୍ବୁତ୍ତ ଗୁଳି ତାଙ୍କଠାରୁ ସୁନାଗହଣା ଲୁଟ କରିଛନ୍ତି। ତାଙ୍କୁ ଲକ୍ଷ୍ୟ କରି ଦୁର୍ବୁତ୍ତମାନେ ଗୁଳି ଫୁଟାଇଥିବାବେଳେ ସେ ହଡ଼ବଡ଼େଇ ଯାଇ ବାଇକରୁ ତଳେ ପଡ଼ିଯାଇଥିଲେ।

    ଏହାପରେ ଦୁର୍ବୁତ୍ତମାନେ ବାଇକର ଡିକି ଭାଙ୍ଗି ସୁନାଗହଣା ଲୁଟ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗହଣା ବ୍ୟବସାୟୀ ଏ ସଂକ୍ରାନ୍ତରେ ତୁରନ୍ତ ସିଙ୍ଗଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ସିନେମା View all

    Find Us on Facebook