ଭୁବନେଶ୍ୱର : ମଙ୍ଗଳବାର ବିଳମ୍ବିତ ରାତିରେ ନୟାପଲ୍ଲୀ ପେଟ୍ରୋଲ ପମ୍ପ ନିକଟରେ ଦୁଇ ଜଣ ଲୁଟେରା ଜଣେ ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ସେ ହେଲେ ବରମୁଣ୍ଡାର ସୀମାଂଚଳ ଦାଶ । ରାତିରେ ସୀମାଂଚଳ ଏକ ଗଣମାଧ୍ୟମ କାର୍ଯ୍ୟାଳୟରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ସ୍କୁଟି ଅଟକାଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ । ଟଙ୍କା ନଥିବାରୁ ପାଖରେ ଥିବା ଏଟିଏମକୁ ଯାଇ ଟଙ୍କା ଆଣିବାକୁ କହିଥିଲେ । ସେ ୩ ହଜାର ଟଙ୍କା ଉଠାଇ ଦେବା ପରେ ଲୁଟେରା ଟଙ୍କା ନେଇ ତାଙ୍କୁ ଧମକ ଦେଇ ଫେରାଇ ହୋଇଯାଇଥିଲେ ।
ଭୁବନେଶ୍ୱର ଏବେ ଅପରାଧିଙ୍କ ଚରାଭୂଇଁ ପାଲଟିଯାଇଛି । ଅପରାଧିଙ୍କ ଦୌରାତ୍ମ୍ୟରେ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଲେଣି । ଏମିତିକି ପୁଲିସଙ୍କ ଠାରୁ ବି ଅପରାଧିମାନେ ଡକାୟତି କରିବାକୁ ପଛାଉନାହାନ୍ତି ।
Comments ସମସ୍ତ ମତାମତ