Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜାଣନ୍ତୁ, ବର୍ଷା ଦିନରେ ପତଳା ଝାଡ଼ା ହେଲେ କ’ଣ କରିବେ?

    Share on :
    ajab-Image
    Date: Jul 19, 2022    Views: 2557

    ଭୁବନେଶ୍ୱର: ବର୍ଷାଦିନ ଆରମ୍ଭ ହୋଇଗଲାଣି। ତେଣୁ ପ୍ରତିଦିନ ପେଟ ଜନିତ ସମସ୍ୟା ଆରମ୍ଭ ହୋଇଥାଏ। ବର୍ଷାଦିନରେ ବାହାର ଖାଦ୍ୟ ଖାଇଲେ ଏମିତି କିଛି ପେଟ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ହଠାତ୍‌ ପତଳା ଝାଡା ମଧ୍ୟ ହୋଇଥାଏ। ପେଟରେ ଯନ୍ତ୍ରଣା ହେବା ସହିତ ଶରୀର ମଧ୍ୟ ଦୁର୍ବଳ ହୋଇଯାଏ। ଏମିତି ସମୟରେ ଆପଣ ବିଲକୁଲ ଅଧୈର୍ଯ୍ୟ ନ ହୋଇ ଘଷରାଇ ଉପାୟରେ ଏହି ସମସ୍ୟାରୁ ଛୁଟକାରା ପାଇପାରିବେ।

    ପତଳା ଝାଡା ହେଲେ କ’ଣ କରିବେ ?

    – ତରଳ ଝାଡା ହେଲେ ବିନା ଔଷଧ ଖାଇ ମଧ୍ୟ ଭଲ ହୋଇପାରିବ। ତେବେ ତରଳ ଝାଡା ହେଲେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦିଏ। ତେଣୁ ଶରୀରକୁ ହାଇଡ୍ରେଟ୍‌ କରି ରଖିବା ପାଇଁ ଏକ ଲିଟର ପାଣିରେ ୫ ଚାମଚ ଚିନି ଏବଂ ଅଳ୍ପ ଲୁଣ ମିଶାଇ ଗୋଳି ଅଳ୍ପ ଅଳ୍ପ କରି ପିଅନ୍ତୁ।

    – ଜୁଆଣି ଏମିତି ଏକ ଜିନିଷ, ଯାହା ପେଟ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ତେଣୁ ଅଳ୍ପ ଜୁଆଣି ନେଇ ଏକ ତାଓ୍ଵାରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ। ପାଣି ସହିତ ଏହାକୁ ଖାଆନ୍ତୁ। ଲାଭ ମିଳିବ।

    – ତରଳ ଝାଡା ହେଉଥିବା ବେଳେ ଅନେକ ଜିନିଷ ପାଚନ କରିବାରେ ସମସ୍ୟା ଆସିଥାଏ। ତେଣୁ ତରଳ ଝାଡା ହେଲେ ଜୁସ୍‌, ନଡିଆ ପାଣି ଇତ୍ୟାଦି ପିଅନ୍ତୁ।

    – ଲୁଣ ଓ ଲେମ୍ବୁ ପାଣି ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଭାଇରଲ ଗୁଣ ରହିଥାଏ। ତେଣୁ ତରଳ ଝାଡା ସମସ୍ୟାରୁ ମୁକ୍ତି ଦିଏ।

    – ଗରମ ଦିନରେ ଦହି ଖାଇବା ଫାଇଦାଯୁକ୍ତ ହୋଇଥାଏ। ଗରମ ଦିନରୁ ହଠାତ୍‌ ବର୍ଷା ଦିନ ଆସିବା ଯୋଗୁଁ ଏପରି ତରଳ ଝାଡା ସମସ୍ୟା ଦେଖାଦିଏ। ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ତରଳ ଝାଡା ସମସ୍ୟାରୁ ମୁକ୍ତି ମିଳେ।

    – ଯଦି ଶିଶୁର ଖାଇବା ସମୟରେ ପେଟରେ ଯନ୍ତ୍ରଣା, ତରଳ ଝାଡା ଇତ୍ୟାଦି ସମସ୍ୟା ଦେଖାଦିଏ, ତେବେ ଜାଇଫଳ ଖାଇବାକୁ ଦିଅନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook