ମୁଖ୍ୟ ଖବର
ଭୁବନେଶ୍ୱର : ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ସୁପର ଷ୍ଟାର ବାବୁସାନଙ୍କ ପରିବାରରେ ଝଡ ଉଠିଥିଲା । କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ପହଂଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ । ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଡ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି ।
ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ । ଏହାପରେ ବହୁ ବିବାଦ ଦେଖାଦେଇଥିଲା । ବାବୁସାନଙ୍କ ବାପା ଓ ମା’ ବୋହୂ ସପକ୍ଷରେ ଥିଲେ । ଫଳରେ ସାରା ଓଡିଶା ଅପରାଜିତାଙ୍କୁ ଜଣେ ଆଦର୍ଶ ଶାଶୂର ମାନ୍ୟତା ଦେଇଥିଲା ।
ଏହପରେ ବାବୁସାନ ଏକ ଭିଡିଓ ଜାରି କରି ପ୍ରକୃତି ତାଙ୍କର ଭଲ ବନ୍ଧୁ ବୋଲି ମଧ୍ୟ ସଫେଇ ଦେଇଥିଲେ । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ନିଜ ଝିଅ ନେସନାଲ ଫିଲ୍ଡରେ ଖେଳୁଛି ବୋଲି କହିଥିଲେ । ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି ଆଉ ଏକ ଭିଡିଓ ଜାରି କରି ଘଟିଥିବା ଘଟଣାକୁ ନେଇ ଅନୁତାପ ପ୍ରକାଶ କରଥିଲେ । ଭିଡିଓ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍ ଆଉ କେବେ ହେବ ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଏଥିପାଇଁ ତାଙ୍କ ପରିବାର ବହୁ କଷ୍ଟ ପାଉଛନ୍ତି । ସେମାନଙ୍କର କୌଣସି କ୍ଷତି ହେବାକୁ ଦେବିନି ବୋଲି ସେ ଉକ୍ତ ଭିଡିଓରେ ପ୍ରତିଶ୍ରୁତି ଦେଇଥିଲେ ।
ପରେ ବାବୁସାନ ଅସୁସ୍ଥ ହୋଇପଡିଥିଲେ । ତୃପ୍ତି ନିଜ ସ୍ୱାମୀଙ୍କୁ ଦେଖିବା ପାଇଁ ହସ୍ପିଟାଲ ଯାଇଥିଲେ । ଧୀରେଧୀରେ ପାରିବାରରେ ଉଠିଥିବା ଝଡ ଥମିଥିଲା ।
Comments ସମସ୍ତ ମତାମତ