Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଥମିନି ବର୍ଷା ଅନୁଭବ ବିବାଦ

    Share on :
    ajab-Image
    Date: Dec 19, 2022    Views: 3897

    ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଥମିବାର ନାଁ ଧରିନି । କୋର୍ଟରେ ମାମଲା ବିଚାୀଧୀନ ଥିବାବେଳେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ଜାରି କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିରେ ଅନୁଭବ ବର୍ଷାଙ୍କୁ ନିଜ ଘର ଛାଡିବା ପାଇଁ ଅନୁରୋଧ କରିଥିଲେ ।  ଏହାକୁ ପ୍ରତିବାଦ କରି ବର୍ଷା ବି ଏହାର ପାଲଟା ଜବାବା ଦେଇଥିଲେ । ସେ ଅନୁଭବଙ୍କ ନାଁ’ରେ ଏତଲା ଦେଇଥିଲେ । ବର୍ଷା ଏତଲାରେ ଦର୍ଶାଇଥିଲେ ଯେ, କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି  । ତାଙ୍କୁ ଅପମାନିତ କରୁଛନ୍ତି  । ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରୁଛନ୍ତି  । ବିଭିନ୍ନ ଆରୋପ ଲଗାଇ ଚରିତ୍ର ସଂହାର କରୁଛନ୍ତି  ।

    ଏହାପରେ ଅନୁଭବ ବର୍ଷାଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଥିଲା  । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବର୍ଷା । ଏହାର କିଛି ଦିନ ପରେ ଅନୁଭବ ପୁଣି ବର୍ଷାଙ୍କୁ ଆକ୍ଷେପ କରି ଟ୍ୱିଟ ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କରିଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି  । ସେ କହିଥିଲେ ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି  । ଏହି ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ  ।

    ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ  । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି  । ଏଥିସହ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍‌ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଥିଲେ ।
    ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟର ଟ୍ୱିଟ୍‌ରେ କହିଥିଲେ, ''ଲକ୍ଷ ଲକ୍ଷ ଲୋକେ ବିଶେଷକରି ମୋର ଫିଲ୍ମ ଓ ରାଜନୈତିକ ସହଯୋଗୀ ମୋତେ ପ୍ରଶ୍ନ କରୁଛନ୍ତି  । ଭାଇରାଲ ହେଉଥିବା ଅଡିଓ କ୍ଲିପ୍‌ଟି ତୁମେ ଓ ତୁମ ଭଉଣୀଙ୍କର ନା ନୁହେଁ, ପ୍ରତିଟି ଲୋକ ଏହାକୁ ଜାଣିବାକୁ ଚାହୁଁଛନ୍ତି  ।'' ଏହା ହଁ ନା ନାହିଁ ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ ।
    ଏସବୁ ପରେ ବି ଏହି ଷ୍ଟାର ଦମ୍ପତିଙ୍କ ବିବାଦ ଥମିନି । ଦିନ ଯେତେ ବଡୁଛି ଦୁହିଁଙ୍କ ଅଡୁଆ ସେତେ ବଢିବାରେ ଲାଗିଛି ।

    Maximum 500 characters

    ସିନେମା View all

    Find Us on Facebook