Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସନ୍ତାକାଲି ସକାଳ ୧୧ଟା ପର୍ୟ୍ୟନ୍ତ ଲୋକସଭା ମୁଲତବୀ

    Share on :
    ajab-Image
    Date: Feb 9, 2026    Views: 2726

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆପଣ ବଜେଟ ଉପରେ ହିଁ ଆଲୋଚନା କରନ୍ତୁ । ବିନା ନୋଟିସରେ କୌଣସି ପ୍ରସଙ୍ଗରେ ବି ଗୃହରେ ଆଲୋଚନା ହୋଇପାରିବ ନାହିଁ । ଆଜି ୨ଟା ପରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ବାଚସ୍ପତି କିଛି ଏଭଳି କହିଛନ୍ତି ବିରୋଧୀ ଦଳ ନେତାଙ୍କୁ । ଗୃହ କାର୍ୟ୍ୟ ପୁନଃ ଆରମ୍ଭ ହେବା ପରେ ବିରୋଧୀ ମାନେ ପୂର୍ବ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଥିଲେ । ହେଲେ ବାଚସ୍ପତି ଏହା ନକରିବାକୁ ବାରଣ କରିଥିଲେ । ହେଲେ ବିରୋଧୀ ଦଳର ସଦସ୍ୟମାନେ ନିଜ ଜିଦରେ ଅଟଳ ରହିଥିଲେ । ଗୃହରେ ବାରମ୍ବାର ନାରାବାଜି ଓ ପ୍ରବଳ ହଙ୍ଗାମା ଯୋଗୁଁ ଗୃହ କାର୍ୟ୍ୟ ଚାଲିପାରିନଥିଲା । ଫଳରେ ଗୃହକୁ ମଙ୍ଗଳବାର ଦିନ ୧୧ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି ।

    ଆଜି ଦିନ ୧୧ଟାରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଏହି ସମୟରେ ୧ମିନିଟ କହିବାକୁ ସୁଯୋଗ ଦେବାକୁ ବାଚସ୍ପତିଙ୍କୁ କହିଥିଲେ ବିରୋଧୀ ଦଳ ସଦସ୍ୟ । ଏଲଓପି ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ହେଲେ ବାଚସ୍ପତି କହିଥିଲେ ପ୍ରଶ୍ନକାଳ ପରେ ସମୟ ଦିଆଯିବ । ଏହାପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook