ମୁଖ୍ୟ ଖବର
କୋରାପୁଟ: କୋରାପୁଟ ଜିଲ୍ଲାପାଳ ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି । ଆଜି ରାତିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନରେ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । ପୂର୍ବଭଳି ଜରୁରୀ ସେବା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଆଜି ମଧ୍ୟରାତ୍ରରେ ୪୮ ଘଣ୍ଟିଆ ସଟଡାଉନ ସରୁଛି ।
ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ଯାହାକୁ ନେଇ କେଉଁଠି ସଟଡାଉନ ତ କେଉଁଠି ଲକଡାଉନ ଘୋଷଣା କରାଯାଉଛି ।
Comments ସମସ୍ତ ମତାମତ