Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତିନିବର୍ଷିଆ ଏଲଏଲବି ନାମଲେଖା ପ୍ରକ୍ରିୟା ଆରମ୍ଭ

    Share on :
    ajab-Image
    Date: Jul 19, 2026    Views: 3121

    ଭୁବନେଶ୍ୱର:  ତିନିବର୍ଷିଆ ଏଲଏଲବି (ଆଇନ୍‌) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମ ନିମନ୍ତେ ନିଜର କମନ୍ ଆପ୍ଲିକେସନ ଫର୍ମପୂରଣ କରିପାରିବେ। ଆଜିଠାରୁ ୩୦ ଜୁଲାଇ ରାତ୍ର ୧୧.୪୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମପୂରଣ କରିପାରିବେ। ଅଗଷ୍ଟ ୬ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ।ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୬ ଅଗଷ୍ଟ ରୁ ୧୧ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ନିଜର ସିଟ୍ ପାଇଁ ସ୍ଲାଇଡ଼/ଫ୍ରିଜ ବିକଳ୍ପ ବାଛି ପାରିବେ। ଅଗଷ୍ଟ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡ଼ମିସନ ପ୍ରକ୍ରିୟା ଅନୁଷ୍ଠିତ ହେବ। ୧୭ ଅଗଷ୍ଟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବ।
    ଏଥିସହ ତିନିବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୪ଟି ଶିକ୍ଷାନୁଷ୍ଠାନରେ ସର୍ବମୋଟ ୩୯୦ଟି ସିଟ୍ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook