ମୁଖ୍ୟ ଖବର
ନୂଆଦିଲ୍ଲୀ: ନାଗାଲାଣ୍ଡରେ ମଦ ମୃତ୍ୟୁ ତାଣ୍ଡବ । ନାଗାଲାଣ୍ଡର ତୁଏନ୍ସାଙ୍ଗ ଜିଲ୍ଲାରେ ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରା ରାଜ୍ୟରେ ରେଡ୍ ଆଲର୍ଟ ଜାରି କରିଛି ପୁଲିସ୍ । ଏହି ଦୁଃଖଦ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ନାଗାଲାଣ୍ଡରେ ବିଷାକ୍ତ ମଦ ମୃତ୍ୟୁ ଜନିତ ମାମଲା ସାମ୍ନାକୁ ଆସିବା ପରେ ମଦ ନିଷେଧକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
ତୁଏନସାଙ୍ଗର ସିଭିଲ ହସ୍ପିଟାଲରେ ଏକାଧିକ ମୃତ୍ୟୁ ଖବର ପରେ ଏହି ସତର୍କ ସୂଚନା ଦିଆଯାଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ସହିତ ସମାନ ଲକ୍ଷଣ ଦେଖାଇଥିବା ଜଣାପଡିଛି । ମଦ୍ୟପାନ କରିବାର କିଛି ଘଣ୍ଟା ମଧ୍ୟରେ କେତେକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ମୃତ୍ୟୁ ଏକ ନିର୍ଦ୍ଦିଷ୍ଟ ମଦ ଉତ୍ପାଦ ଯୋଗୁଁ ହୋଇଛି କିମ୍ବା ସଠିକ୍ ଚିକିତ୍ସା କାରଣ ପ୍ରତିଷ୍ଠା କରିଛି ବୋଲି ପୁଲିସ ଏପର୍ୟ୍ୟନ୍ତ ନିଶ୍ଚିତ କରିନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏକ ବାସିନ୍ଦା ସନ୍ଦିଗ୍ଧ ବିଷାକ୍ତ ମଦ୍ୟପାନ କରିଥିଲେ । କିଛି ସମୟ ପରେ, ଅନେକ ବ୍ୟକ୍ତି ପ୍ରବଳ ବାନ୍ତି, ଛାତିରେ ଯନ୍ତ୍ରଣା ହେବାର ଅଭିଯୋଗ କରିଥିଲେ । ଜରୁରୀକାଳୀନ ଚିକିତ୍ସା ପାଇଁ ପୀଡିତମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ଏହାପରେ ଜରୁରୀକାଳୀନ ଦଳ ଏବଂ ପୁଲିସ ଅଧିକାରୀମାନେ ଏହି ଅଞ୍ଚଳକୁ ଯାଇଥିଲେ ।
ଏହି ଘଟଣା ପୁଣି ଥରେ ନାଗାଲାଣ୍ଡ ମଦ ସମ୍ପୂର୍ଣ୍ଣ ନିଷେଧ ଆଇନକୁ ଚର୍ଚ୍ଚାକୁ ଆଣିଛି । ୧୯୯୦ ମସିହାରୁ ରାଜ୍ୟରେ ମଦ୍ୟପାନ ସମ୍ବନ୍ଧୀୟ ସମସ୍ୟାକୁ ରୋକିବା ପାଇଁ ଏହି ଆଇନ ଲାଗୁ କରାଯାଇଥିଲା । ତେବେ ଏହା ଅନେକ ସମୟରେ ବେଆଇନ ମଦ ବଜାରକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏବେ ଏହି ଆଇନର ପୁନର୍ବିଚାର ପାଇଁ ଦାବି ଉଠୁଛି । ୯ ଜଣଙ୍କର ମଦ ମୃତ୍ୟୁଜନିତ ରିପୋର୍ଟ ସାମ୍ନାକୁ ଆସିବା ପରେ କେଉଁଠି ନା କେଉଁଠି ଚିନ୍ତା ବଢିଛି ।
ବିହାରର ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଜଦ ମୃତ୍ୟୁ ଜନିତ ମାମଲା ସମ୍ନାକୁ ଆସିଥାଏ । କିଛି ଦିନ ତଳେ ମଧ୍ୟପ୍ରଦେଶର ସାଗର ଜିଲ୍ଲୀରେ ବିଷାକ୍ତ ମଦ ମୃତ୍ୟୁ ମାମଲା ରିପୋର୍ଟ ହୋଇଥିଲା । ରାଜ୍ୟରେ ବିଷାକ୍ତ ମଦ ପିଇ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ନାଗାରାଣ୍ଡରୁ ସମାନ ରିପୋର୍ଟ ଆସିଛି ଯାହା ଚିନ୍ତାଜନକ ।
Comments ସମସ୍ତ ମତାମତ