Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ​​​​​​​ସରିଲା ମଦ ନିଲାମ: ସରକାରଙ୍କ ଆୟ ୮୦୦ କୋଟି

    Share on :
    ajab-Image
    Date: Jun 3, 2026    Views: 3354


    ଭୁବନେଶ୍ୱର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ  ୩୨ଟି ଅବକାରୀ ରାଜସ୍ୱ ଜିଲ୍ଲାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବକାରୀ ଜିଲ୍ଲାରେ ଜିଲ୍ଲାପାଳ କିମ୍ବା ଏଡିଏମ୍‌ ଲଟେରୀ ଉଠାଇଥିଲେ । ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ   ଗୋଟିଏ ଦିନରେ ୯୬୦ଟି ବିଦେଶୀ ମଦ ଦୋକାନ ପାଇଁ ଲଟେରୀ କରାଯାଇ ଲାଇସେନ୍ସ ପାଇଥିବା ଆବେଦନକାରୀଙ୍କ ନାଁ ଘୋଷଣା କରାଯାଇଛି । ୧୧୦୯ଟି ମଦ ଦୋକାନ ପାଇଁ ୨୬ ହଜାର ୬ ଶହ ଜଣ ଆବେଦନ କରିଥିଲେ । ଲଟେରୀ ହୋଇଥିବା ୯୬୦ଟି ଦୋକାନ ମଧ୍ୟରୁ ୫୦% ବିହାରର ବ୍ୟବସାୟୀ ହାତେଇବାରେ ସଫଳ ହୋଇଛନ୍ତି । ୨୦୨୧ ମସିହାରେ ୧୨୯୭ଟି ମଦ ଦୋକାନ ପାଇଁ ୧୯୪୧୬ ଜଣ ଆବେଦନ କରିଥିଲେ । ସେତେବେଳେ ମଦ ଦାକାନ ଲାଇସେନ୍ସ ପ୍ରକ୍ରିୟାରେ ଲଟେରୀ ପାଇଁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା । ଯାହାକି ନନ୍‌ ରିଫଣ୍ଡେବଲ୍‌ । ଅର୍ଥାତ୍‌ ଲାଇସେନ୍ସ ନମିଳିଲେ ଟଙ୍କା ଫେରସ୍ତ ନାହିଁ ।

    ତେବେ ଏହାରି ଭିତରେ ସରକାର ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା ଯଦି ବାହାର ରାଜ୍ୟର ଯେଉଁ ବ୍ୟକ୍ତି ଲଟେରୀରେ ଭାଗ ନେବେ ସେମାନଙ୍କର ଓଡ଼ିଶାରେ ଜମି କି ଘର ଥିବା ନିହାତି ଆବଶ୍ୟକ । ହେଲେ ଚଳିତ ଥର ମଦ ଦୋକାନ ଲଟେରୀରେ ଏ ବ୍ୟବସ୍ଥା ରଖାଗଲାନାହିଁ । ଏହାବାଦ ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା) ବଦଳରେ ଏମ୍‌ଜିଆର (ମିନିମମ୍‌ ଗ୍ୟାରେଣ୍ଟେଡ୍‌ ରେଭିନ୍ୟୁ) ଲାଗୁ କଲେ । ଲଟେରୀ ଆବେଦନ ଫି ବଢ଼ାଇ ଦେଲେ । ୨୦୨୬ରେ ସରକାର ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଏବଂ ବିଦେଶୀ ଠିପି ବନ୍ଦ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ଯାହା ନନ୍‌ ରିଫଣ୍ଡେବଲ୍‌ ।  ଏହାପରେ ମଧ୍ୟ ମଦ ଦୋକାନ ପାଇଁ ରେକର୍ଡ ସଂଖ୍ୟକ ବ୍ୟବସାୟୀ ଲଟେରୀରେ ଭାଗ ନେଲେ । ୧୧୦୯ଟି ଦୋକାନ (ଦେଶୀ ଓ ବିଦେଶୀ ଠିପି ବନ୍ଦ) ପାଇଁ ପ୍ରାୟ ୨୬ ହଜାର ୬ ଶହରୁ ଅଧିକ ବ୍ୟକ୍ତି ଆବେଦନ କରିଥିଲେ । ଏଥିରୁ ସରକାର ପାଖାପାଖି ୮ ଶହ କୋଟି ରାଜସ୍ୱ ଆଦାୟ କଲେ । ଚଳିତ ବର୍ଷ ଲଟେରୀରେ ରାଜ୍ୟ ବାହାରର ଲୋକଙ୍କ ପାଇଁ କୌଣସି ନିୟମ ନଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook