Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ରୀଲିଙ୍ଗରାଜ: ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବ ପହିଲି ଭୋଗ ନୀତି

    Share on :
    ajab-Image
    Date: Dec 13, 2025    Views: 2746

    ଭୁବନେଶ୍ୱର: ଆସନ୍ତା ୧୬ ତାରିଖ ତଥା ଧନୁ ସଂକ୍ରାନ୍ତି ଠାରୁ ନିତି ମାସକ ଯାଏ ସଅଳ ଉଠି ସଅଳ ଖାଇବେ ଏକାମ୍ର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏହି ଅବସରରେ ମନ୍ଦିର କାର୍ୟ୍ୟାଳୟ ତରଫରୁ ପହିଲି ଭୋଗ ସମ୍ପର୍କିତ ନୀତି ନିର୍ଘଣ୍ଟ ବାବଦରେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଭୋର ୫ଟାରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢି ସକାଳ ୭ଟାରେ ପହିଲି ଧୂପ ଲାଗି ହେବ । ଏଥିରେ ଖିର ଗଇଁଠା ଭୋଗ ଲାଗି ହେବ।

    ସେହିପରି ସାଢେ୮ଟା ସୁଦ୍ଧା ଠାକୁରାଣୀ ଧୂପ ଓ ଭୋଗ ମଣ୍ଡପ ନୀତି ବଢି ୯ଟାରେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଦ୍ୱିପହର ଧୂପ ଏବଂ ସଂନ୍ଧ୍ୟା ଧୂପରେ ବିଷୋୟୀ ସେବାୟତଙ୍କ ପ୍ରଦତ୍ତ ମୁଆଁ ଭୋଗ ସମର୍ପଣ ହେବ। ସନ୍ଧ୍ୟା ସାଢେ ୭ରେ ଅନ୍ତିମ ନୀତି ଅର୍ଥାତ ବଡ ସିଂହାର ନୀତି ବଢି ପହୁଡ ପଡିବ । ଅନୁରୂପ ଭାବେ କପିଳେଶ୍ୱର ମନ୍ଦିରରେ ମଧ୍ୟ ପହିଲି ଭୋଗ ନୀତି ପାଳନ କରାଯିବ ।

    Maximum 500 characters

    ତାଜା ଖବର View all

    Find Us on Facebook