Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲିଙ୍ଗରାଜ ମନ୍ଦିର ବେଢାର ଫଟୋ ଭାଇରାଲ

    Share on :
    ajab-Image
    Date: May 3, 2025    Views: 3544

    ଭୁବନେଶ୍ୱର: ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ବେଢା । କଡା ସୁରକ୍ଷା ସତ୍ତ୍ୱେ ମନ୍ଦିର ବେଢାର ଫଟୋ ଭାଇରାଲ ହୋଇଛି । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଭୁବନେଶ୍ୱରରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଏହି ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଭିତରେ ଫଟୋ ଉଠାଇଥିଲେ । ସୁସ୍ମିତାଙ୍କ ଫଟୋ ଉଠାଇଥିବା ସେବାୟତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏପରିକି କିଛି ରାଜନେତାଙ୍କ ଫଟୋ ବେଢ଼ା ଭିତରେ ଭାଇରାଲ ହେବା ପରେ ମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook