Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଜ୍ରପାତଜନିତ ମୃତ୍ୟୁ, ଓଡ଼ିଶାରେ ସର୍ବାଧିକ

    Share on :
    ajab-Image
    Date: Jan 15, 2022    Views: 2949

    ଭୁବନେଶ୍ୱର: ଦେଶରେ ବଜ୍ରପାତଜନିତ ମୃତ୍ୟୁକୁ ନେଇ ଆଇଏମଡି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ ବଜ୍ରପାତରେ ଓଡ଼ିଶାରେ ଗତ ବର୍ଷ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି।  ୨୦୨୧ ମସିହାରେ ରାଜ୍ୟରେ ବଜ୍ରପାତରେ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି।
    ସେହିପରି ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି।  ବଜ୍ରପାତରେ ମଧ୍ୟପ୍ରଦେଶରୁ ୧୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ବିହାରରୁ ୮୯, ମହାରାଷ୍ଟ୍ରରୁ ୭୬,  ପଶ୍ଚିମବଙ୍ଗରୁ ୫୮, ଝାଡ଼ଖଣ୍ଡରୁ ୫୪, ୟୁପିରୁ ୪୯ ଓ ରାଜସ୍ଥାନରୁ ୪୮ ଜଣଙ୍କର ମୃତ୍ୟୁ ଘଟିଛି।


    ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ,ଗତବର୍ଷ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ, ବନ୍ୟା ଓ ଭୂସ୍ଖଳନ ହୋଇଛି ।  ପ୍ରାକୃତିକ ଦୁର୍ବିପାକରେ ମହାରାଷ୍ଟ୍ରରେ ସର୍ବାଧିକ ୩୪୦ଜଣଙ୍କ ମୃତ୍ୟୁ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook