Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣ ହେଉଛନ୍ତି କି ଅନିଦ୍ରାର ଶିକାର ?

    Share on :
    ajab-Image
    Date: Aug 5, 2022    Views: 3090

    ଭୁବନେଶ୍ୱର: ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅପରପକ୍ଷେ ଏହା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ତେଣୁ ରାତିରେ ଭଲ ନିଦ ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ…

    - ଦିନଯାକର ଥକାପଣ ଦୂର କରିବା ଲାଗି ଭଲ ଭାବେ ଗୋଡ଼ହାତ ଧୋଇ ଶୋଇବାକୁ ଯାଆନ୍ତୁ। ଗାଧୋଇବା ଦ୍ୱାରା ମଧ୍ୟ କେବେକେବେ ଆରାମଦାୟକ ନିଦ ହୋଇଥାଏ। ଆବଶ୍ୟକ ହେଲେ ଶୋଇବାକୁ ଯିବା ପୂର୍ବରୁ ଗାଧୋଇ ପଡ଼ନ୍ତୁ। ଦେଖିବେ, ଆପଣଙ୍କୁ ରିଲାକ୍ସ ଫିଲ୍‌ ହେବା ସହ ଭଲ ନିଦ ହେବ।

    - ମନରେ କୌଣସି ଟେନ୍‌ସନ୍‌ ଥିଲେ ମଧ୍ୟ ନିଦ ହେବା କଷ୍ଟ। ତେଣୁ ମନରୁ ଏହାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ଶୋଇବା ପୂର୍ବରୁ କିଛି ସମୟ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ, ସ୍ଲୋ ମ୍ୟୁଜିକ୍‌ ଶୁଣନ୍ତୁ, ଖୁସି ଦେଉଥିବା ପୁରୁଣା ଘଟଣାଗୁଡିକୁ ମନେପକାନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ମନ ହାଲୁକା ହୋଇଯିବ ଏବଂ ନିଦ ଆସିବ।

    - ଶୋଇବାକୁ ଯିବା ବେଳେ ଲାଇଟ୍‌ ଅଫ୍‌ କରିଦିଅନ୍ତୁ। ନଚେତ୍‌ ଆଖିରେ ଲାଇଟ୍‌ ପଡ଼ି ନିଦ ବାରମ୍ବାର ଭାଙ୍ଗିପାରେ।

    - ବେଡ୍‌ରୁମ୍‌ରେ ଅଧିକ ଗରମ କିମ୍ବା ଥଣ୍ଡା ଲାଗିଲେ ବି ନିଦ ପ୍ରଭାବିତ ହୋଇଥାଏ। ଶୋଇବାକୁ ଯିବା ପୂର୍ବରୁ ବେଡରୁମ୍‌ର ଟେମ୍ପରେଚର କମ୍ଫର୍ଟେବଲ୍‌ ରଖିବା ଲାଗି ଫ୍ୟାନ୍‌ କିମ୍ବା ଏସି ଲଗାନ୍ତୁ।

    - ଶୋଇବା ପୂର୍ବରୁ ମୋବାଇଲ୍‌, ଟିଭି, ଲାପଟପ୍‌ ଆଦି ଇ-ଗ୍ୟାଜେଟ୍ସକୁ ସୁଇଚ୍‌ ଅଫ୍‌ କରନ୍ତୁ। କାରଣ ଏହାର ଲାଇଟ୍‌ ଏବଂ ରେଡିଏଶନ୍‌ ଆପଣଙ୍କ ନିଦ୍ରାରେ ପ୍ରଭାବ ପକାଇଥାଏ।
    ନିଦ ଆସିବା ପାଇଁ ମନ ପସନ୍ଦର ବହି ପଢ଼ିପାରିବେ। ଏହାଦ୍ୱାରା ମାଇଣ୍ଡ ରିଲାକ୍ସ ହେବ ଏବଂ ନିଦ ଭଲ ହେବ।

    - ଭଲ ନିଦ ହେବା ପାଇଁ ଧ୍ୟାନ, ଯୋଗ କିମ୍ବା ବ୍ରେଥିଙ୍ଗ୍‌ ଏକ୍ସରସାଇଜ୍‌ କରିପାରିବେ। ଏହା ଶରୀରକୁ ଫୂର୍ତ୍ତି ଯୋଗାଇବା ସହ ପର୍ଯ୍ୟାପ୍ତ ନିଦ୍ରା ହେବାରେ ସାହାଯ୍ୟ କରିବ।

    - ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଳମ୍ବିତ ରାତ୍ରିଭୋଜନ ଅଭ୍ୟାସ ଥିଲେ ତୁରନ୍ତ ଦୂର କରନ୍ତୁ ଏବଂ ସୁଷମ ଖାଦ୍ୟାଭ୍ୟାସ ରଖନ୍ତୁ। ଏହାଦ୍ୱାରା ଗ୍ୟାସ୍‌, ଯେତେ ସମ୍ଭବ ଚା, କଫି, ମଦ, ସିଗାରେଟ୍‌ ଇତ୍ୟାଦି ସେବନଠାରୁ ଦୂରେଇ ରୁହନ୍ତୁ। କାରଣ ଏହାସବୁ ନିଦ୍ରାହୀନତାର ପ୍ରମୁଖ କାରଣ।

    Maximum 500 characters

    ବିଶେଷ View all

    Find Us on Facebook