Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆସନ୍ତୁ ଜାଣିବା କଣ ରହିଛି ଗଣେଶ ପୂଜାର ଇତିହାସ

    Share on :
    ajab-Image
    Date: Sep 13, 2023    Views: 2547

    ଭୁବନେଶ୍ୱର : ଧରାପୃଷ୍ଠକୁ ଅବତରଣ କରିଛନ୍ତି ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ ଗଣେଶ ପୂଜା । ଗାଁଠୁ ସହର ସହର ସବୁଠି ପୂଜା ପଣ୍ଡାଲ୍‌ରେ ବିରାଜମାନ ହୋଇଛନ୍ତି ଲମ୍ବୋଦର । ଆଲୋକମାଳାରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ବେଶ୍‌ ଚିତ୍ତାକର୍ଷକ ହୋଇଛି । ଅନେକ ସ୍ଥାନରେ ପୂଜା ଆରମ୍ଭ ହୋଇ ସାରିଲାଣି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ସମସ୍ତ ପୂଜା ପଣ୍ଡାଲ ।
    ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଅଗ୍ରପୂଜ୍ୟଙ୍କ ଜନ୍ମ ଦିନ ପଡ଼ିଥାଏ । ୧୦ ଦିନ ଧରି ପଣ୍ଡାଲ୍‌ରେ ପୂଜା ପାଇଥାଆନ୍ତି ଗଣନାଥ । ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଗଣେଶ । ସେ ଏକଦନ୍ତ, ବିନାୟକ, ଏଶନପୁତ୍ର, ଗଣଦକ୍ଷ, ମନମୟ, ମହାବାଳା, ଓମ୍‌କାରା, ସିଦ୍ଧିଦାତା, ଉଦଣ୍ଡ, ବିଘ୍ନେଶ୍ବର, ଯୋଗଦୀପ, ବିଘ୍ନହର୍ତ୍ତା, ବକ୍ରତୁଣ୍ଡ, ଲମ୍ବୋଦର, କ୍ରୀଷ୍ଣାପିଙ୍ଗାକ୍ଷ । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣପତି ଜନ୍ମ ଗ୍ରହଣ କରିଥିଲେ ।

    ଅଗ୍ରପୂଜ୍ୟ ବରଦାନବେଦରେ ଗଣପତିଙ୍କ ଅର୍ଥ ଅନେକ ବ୍ରହ୍ମାଣ୍ଡର ରକ୍ଷକ ଭାବରେ ବର୍ଣ୍ଣନା କରାଯାଇଛି । ଦେବତାଙ୍କ ମଧ୍ୟରେ ସେ ହେଉଛନ୍ତି ଆଦିଦେବ । ତାଙ୍କ ସଂରଚନାରେ ଏକ ଗୁଢ଼ ଅର୍ଥ ଲୁଚି ରହିଛି । ଚାରିଦିଗରେ ଗଣେଶଙ୍କ ପ୍ରଭାବ ରହିଥିବା ନେଇ ତାଙ୍କ ଚାରିଭୁଜା ଦର୍ଶାଇଥାଏ । ପାର୍ବତୀଙ୍କଠାରୁ ଜନ୍ମ ନେବା ବେଳେ ଗଣେଶଙ୍କ ମୁଖ ସାମାନ୍ୟ ଥିଲା । ଦିନେ ସ୍ନାନ କରିବା ବେଳେ ଗଣେଶଙ୍କୁ ଦ୍ବାରରେ ଜଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

    ସେହି ସମୟରେ ଭଗବାନ ଶଙ୍କର ଆସିବାରୁ ତାଙ୍କୁ ପ୍ରବେଶ କରାଇ ଦେଇନଥିଲେ ଗଜାନନ । ଏଥିରେ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା କରି ଦେଇଥିଲେ । ଏହାପରେ ପାର୍ବତୀ ଗଣେଶଙ୍କୁ ପୁନଃ ଜୀବନଦାନ ଦେବାକୁ ନିବେଦନ କରିଥିଲେ । ମହାଦେବ ଶିବ ତାଙ୍କୁ ଜୀବନ ଦାନ ଦେବା ସହ ଅଗ୍ରପୂଜ୍ୟ ବରଦାନ ଦେଇଥିଲେ ।

    ଜ୍ୟୋତିଷଶାସ୍ତ୍ର ଅନୁସାରେ ସଂସାରର ପ୍ରତ୍ୟେକ କଣରେ ବିଘ୍ନ ବିନାଶକ ବିରାଜମାନ ହୋଇଛନ୍ତି । କେତୁର ରୂପ ହେଉଛନ୍ତି ଗଣେଶ । କେତୁ ଏକ ଛାୟା ଗ୍ରହ । ଏହି ଗ୍ରହ ରାହୁ ନାମକ ଛାୟା ଗ୍ରହର ବିରୋଧରେ ରହିଥାଏ । ଶାସ୍ତ୍ର ଅନୁଯାୟୀ ବିରୋଧ ବିନା ଜ୍ଞାନ ମିଳେନି । ଜ୍ଞାନ ବିନା ମୁକ୍ତି ମିଳେନି । ଗଣେଶ ରିଦ୍ଧି ଓ ସିଦ୍ଧି ଦେବୀଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ପୁତ୍ର ମଧ୍ୟ ରହିଛନ୍ତି, ଜଣେ ହେଉଛନ୍ତି ଶୁଭ ଓ ଆଉ ଜଣେ ହେଉଛନ୍ତି ଲାଭ । ଦଶଦିନ ଧରି ପୂଜା ମଣ୍ଡପରେ ବିରାଜମାନ ହୋଇଥିବା ଗଣେଶଙ୍କ ନିକଟରେ ତାଙ୍କ ପ୍ରିୟ ଲଢ଼ୁ ଭୋଗ ଲାଗି କରାଯାଏ ।

    ୧୦ ଦିଶ ଧର ଭକ୍ତଙ୍କ ଗହଣରରେ ରହିବା ପରେ ଅନନ୍ତ ଚର୍ତୁଦ୍ଧଶୀରେ ବିଦାୟ ନିଅନ୍ତି ଗଣପତି । ଏବି ବିସର୍ଜନ ଉତ୍ସବକୁ ମହାଆଡ଼ମ୍ବର ଭାବରେ ପାଳନ କରାଯାଇଥାଏ । ବାଜା ବାଦ୍ୟ ବଜାଇ ଗଣେଷଙ୍କୁ ନେଇ ବିରାଟ ପଟୁଆର ବାହାରି ଥାଏ । ଏହାପରେ ସ୍ଥାନୀୟ ନଦୀ କିମ୍ବା ପୁଷ୍କରୀଣୀ ଗର୍ଭରେ ଗଣେଶଙ୍କୁ ବିସର୍ଜିତ କରାଯାଇଥାଏ । ଏହି ଭଳି ଭାବରେ ଗଣେଶ ପୂଜା ଶେଷ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook