Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଥକାପଣ ଦୂର କରିଥାଏ ପାଦ ମାଲିସ୍

    Share on :
    ajab-Image
    Date: Apr 4, 2021    Views: 2916

    ଯୁବତୀ ଓ ମହିଳାମାନେ ପେଡିକିୟାର କରିବାକୁ ପସନ୍ଦ କରିଥାନ୍ତି। ଆଜିକାଲିର ବ୍ୟୁଟି ସେଲୁନ୍‌‌ରେ ବିଭିନ୍ନ ପ୍ରକାର ପେଡିକିୟୋର ହେଉଥିବାବେଳେ ଏସବୁର ଦର ମଧ୍ୟ ବେଶ୍ ଚଢ଼ା। କେବଳ ପାଦର ସୌନ୍ଦର୍ୟ୍ୟ ବୃଦ୍ଧିରେ ନୁହେଁ, ବରଂ ଶରୀରକୁ ଆରାମ ମଧ୍ୟ ଦେଇଥାଏ ଏଇ ପାଦ ମାଲିସ୍। 
    – କୋଭିଡ୍ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ପ୍ରତ୍ୟେକ ପେଡିକିୟୋର୍ ଓ ମାନିକିୟୋର୍ ଘରେ ହିଁ ସୁରକ୍ଷିତ ଭାବେ କରାଇ ନେବା ଉଚିତ। ଏଇ ପର୍ବପର୍ବାଣି ସମୟରେ କାମର ଚାପ ଅଧିକ ଥାଏ। କାମ ସହ ନିଜ ଶରୀରର ଯତ୍ନ ପ୍ରତି ଧ୍ୟାନ ଦିଅନ୍ତୁ। ପେଡିକିୟୋର ସପ୍ତାହକୁ ଥରୁଟିଏ କରାନ୍ତୁ, ଦେଖିବେ ଆପଣଙ୍କୁ କେତେ ଆରାମ ଲାଗିବ?
    – ଛୋଟ ଟବ୍‌ରେ ନଖ ଉଷୁମ ପାଣି ଭର୍ତ୍ତି କରି ପାଦକୁ ୧୦-୧୫ ମିନିଟ୍ ବୁଡ଼ାଇ ରଖିବେ। ଏହା ପରେ ପାଦକୁ ଭଲରେ ପୋଛି ସୋରିଷ ତେଲକୁ ଉଷୁମ କରି ଦୁଇ ପାଦରେ ଭଲରେ ମାଲିସ୍ କରିବେ। ଏଇ ଉପାୟରେ ଆପଣଙ୍କ କ୍ଳାନ୍ତି ଦୂର ହେବା ସହ ପାଦ ଫଟା ସମସ୍ୟା ମଧ୍ୟ ଦୂର ହୋଇଥାଏ।
    – ପାଦକୁ ମାଲିସ୍ କଲେ ଶରୀରରେ ରକ୍ତସଞ୍ଚାଳନ ଭଲ ଭାବେ ହେଉଥିବାର ବିଶେଷଜ୍ଞଙ୍କ ମତ। ଆଖିର ଜ୍ୟୋତି ବୃଦ୍ଧି ନିମନ୍ତେ ପାଦ ମାଲିସ୍ ଏକ ସୁନ୍ଦର ଉପାୟ।
    – ଆଣ୍ଠୁଗଣ୍ଠି ସମସ୍ୟା କିମ୍ବା ଗୋଡ଼ ବିନ୍ଧା ହେଉଥିଲେ, ପାଦ ମାଲିସ୍ ସେସବୁ ସମସ୍ୟାକୁ କମ୍ କରୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି।
    – ଅବସାଦରେ ରହୁଥିଲେ ପେଡିକିୟୋର ଓ ପାଦ ମାଲିସ୍ ନିୟମିତ ଭାବେ କରାନ୍ତୁ। ଏଇ ଉପାୟରେ ନିଦ୍ରାହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ।
    – ମୁଣ୍ଡ ବିନ୍ଧା ଓ ମାଇଗ୍ରେନ୍ ରୋଗୀ ମଧ୍ୟ ପ୍ରତିଦିନ ପାଦ ମାଲିସ୍ କରାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

    Maximum 500 characters

    ବିଶେଷ View all

    Find Us on Facebook