Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବୈଠକ ଖାନାରେ ବାସ୍ତୁଶାସ୍ତ୍ର

    Share on :
    ajab-Image
    Date: Jul 7, 2023    Views: 8709

    ଭୁବନେଶ୍ୱର : ଘରେ ଥିବା ବୈଠକ ଖାନା ପାଇ ବାସ୍ତୁଶାସ୍ତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠାକୁ ଅତିଥି ଅଭ୍ୟାଗତଙ୍କ ଆଗମନ ହେଉଥିବା ବେଳେ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ବୈଠକ ଖାନାରେ ନିଆଯାଇଥାଏ । ଦକ୍ଷିଣ ପଶ୍ଚିମ ଦିଗରେ ବୈଠକ ଖାନା ରଖିବା ସମ୍ପୂର୍ଣ୍ଣ ମନା । ଏହା ପରିବାର ସଦସ୍ୟଙ୍କ ପ୍ରତି କ୍ଷତିକାରକ ହୋଇଥିବା ବେଳେ ମୁଖିଆଙ୍କୁ ଅପମାନ ଜନକ ସ୍ଥିତିର ସମ୍ମଖୀନ ହେବାକୁ ପଡ଼ିଥାଏ । 

    ବୈଠକ ଖାନାର କାନ୍ଥରେ ସବୁବେଳେ ହାଲକା ନୀଳ, ହାଲକା ସବୁଜ ତଥା ଆକାଶିଆ  ରଙ୍ଗ ଦିଆଯିବା ଉଚିତ୍ । ହାଲକା ରଙ୍ଗର ପରଦା ସୁଖ ସମୃଦ୍ଧି ଆଣିଥାଏ, ଉତର ଦିଗକୁ ଆକ୍ୱାରିୟମ ରହିବା ଏବଂ ଦୈାଡ଼ୁଥିବା ଏକ ସୁନ୍ଦର ଘୋଡ଼ା ଫଟୋ ଲଗାଇବା ଶୁଭଙ୍କର । ଏହା ଧନର ଦେବତା କୁବେରଙ୍କ କୃପା ଆଣେ । 

    ବୈଠକ ଖାନାରେ ଆସବାବପତ୍ର ପଶ୍ଚିମ ଦିଗକୁ ରଖିବା ସହ ଭାରିଜିନିଷ ଦକ୍ଷିଣଦିଗକୁ ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବାହ ହୁଏ ।ଏହି କକ୍ଷକୁୁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଆସୁଥିବା ଜରୁରୀ । ଝରକା ଓ ପଙ୍ଖା ପୂର୍ବଦିଗକୁ ରହିବା ଦ୍ୱାରା ଏହି ସୁବିଧା ମିଳେ ଏବଂ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ରହେ ।      

     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook