Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି: ଆଇନ ମନ୍ତ୍ରୀ

    Share on :
    ajab-Image
    Date: Jul 11, 2025    Views: 2831

    ଭୁବନେଶ୍ୱର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି । ରଥଯାତ୍ରା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଅବାନ୍ତର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ । ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ନନ୍ଦିଘୋଷ ଗଡିବାରେ ବିଳମ୍ବ ହେଲା । ତେଣୁ ବାସ୍ତବତା ଠାରୁ ଦୂରେଇ ଯାଇ ଏଭଳି ମନଗଢ଼ା କାହାଣୀ କହି ବିରୋଧୀ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । 

    ସୂଚନାଯୋଗ୍ୟ ଯେ, ଓଡ଼ିଶା ଗସ୍ତରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ରଥଯାତ୍ରାରେ ରଥ ଟଣା ବିଳମ୍ବ ନେଇ ମଧ୍ୟ ସେ ସରକାରଙ୍କୁ ଆକ୍ଷେପ କରିଛନ୍ତି । ରାହୁଲ କହିଛନ୍ତି, ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଏକ ଡ୍ରାମା ହେଲା । ଶିଳ୍ପପତିଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା । ଏଥିରୁ ସ୍ପଷ୍ଟ ଓଡ଼ିଶା ସରକାର ଲୋକଙ୍କର ନୁହଁ, ଆରବପତିଙ୍କର ବୋଲି ରାହୁଲ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook