Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇନ ପାଠ୍ୟକ୍ରମରେ ନାମଲେଖା ପ୍ରସଙ୍ଗ ; ହଟିଲା ବୟସ କଟକଣା

    Share on :
    ajab-Image
    Date: Nov 7, 2026    Views: 2822

    ନୂଆଦିଲ୍ଲୀ : ବିଭିନ୍ନ ଆଇନ ପାଠ୍ୟକ୍ରମରେ ନାମଲେଖା ପାଇଁ ବାର କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ଧାର୍ଯ୍ୟ ସର୍ବୋଚ୍ଚ ବୟସ ସୀମା କଟକଣାକୁ ହଟାଇ ଦିଆଯାଇଛି। କଟକଣା ହଟାଯିବା ସମ୍ପର୍କରେ ବିସିଆଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି। ବୟସ କଟକଣା ହଟାଇବା ନିମନ୍ତେ ଗୁରୁବାର ବିସିଆଇ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ କରାଯାଇଥିଲା। ୨୦୦୮ରେ ବିସିଆଇ ପକ୍ଷରୁ ପ୍ରଣୀତ ନିୟମ ଅନୁଯାୟୀ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫ବର୍ଷୀୟା ଇଣ୍ଟିଗ୍ରେଟେଡ୍ ଲ’ ପାଠ୍ୟକ୍ରମରେ ନାମ ଲେଖାଇବାର ସର୍ବୋଚ୍ଚ ବୟସ ସୀମା ୨୦ବର୍ଷ ଧାର୍ଯ୍ୟ କରାଯାଇଥିଲା। ସେହିପରି ୩ ବର୍ଷୀୟା ଏଲଏଲବି ପାଠ୍ୟକ୍ରମରେ ନାମ ଲେଖାଇବାର ସର୍ବୋଚ୍ଚ ବୟସ ସୀମା (ସାଧାରଣ ବର୍ଗ) ୩୦ବର୍ଷ ରହିଥିଲା। ସଂରକ୍ଷଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବୟସ ସୀମାରେ ୫ବର୍ଷ କୋହଳତା ଦିଆଯାଉଥିଲା। ଆଇନ ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା ଏହି ବୟସ ସୀମା କଟକଣା ସମ୍ପର୍କରେ ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବିସିଆଇର ଏପରି ନିୟମକୁ ଋଷବ ଦିଗାଲ ନାମକ ଜଣେ ଛାତ୍ର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ନିୟମର ବୈଧତାକୁ ଅନ୍ୟ କେତେକ କୋର୍ଟରେ ମଧ୍ୟ ଚାଲେଞ୍ଜ କରାଯାଇଥିଲା। ମାମଲା ଆଧାରରେ ବିସିଆଇ ସାଧାରଣ ପରିଷଦ ଆଇନ ପାଠପଢାକୁ ନେଇ ରହିଥିବା ଏହି ବୟସ କଟକଣାକୁ ଅଯଥାର୍ଥ ବୋଲି ଦର୍ଶାଇବା ସହ ଏହାକୁ ପ୍ରତ୍ୟାହାର କରିନେଇଛି। ବିସିଆଇର ଏପରି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରିଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook