Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମା’ ତାରାତାରିଣୀ ମନ୍ଦିର ପାହାଡ଼ରେ ଭୂସ୍ପଳନ

    Share on :
    ajab-Image
    Date: Nov 20, 2026    Views: 3256

    ପୁରୁଷୋତ୍ତମପୁର: ବାତ୍ୟା ଅକ୍ୱାନ୍‌ର ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଏବେ ବିପଦ ଡାକି ଆଣିଛି। ପ୍ରବଳ ବର୍ଷା ଯୋଗୁ ଦକ୍ଷିଣଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ପାହାଡ଼ରେ ଭୂସ୍ପଳନ ଘଟି ପାହାଡ଼ ରାସ୍ତା ଉପରକୁ ବଡ଼ବଡ଼ ପଥର ଖସିବା ସହ ଗଛ ଭାଙ୍ଗି ପଡ଼ିଛି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପାହାଡ଼ ରାସ୍ତାରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। କାହାରିକୁ ମଧ୍ୟ ଏହି ରାସ୍ତା ଦେଇ ପାହାଡ଼ ଉପରକୁ ଛଡ଼ାଯାଉନାହିଁ। ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook