Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆରଜେଡ଼ି ଛାଡ଼ିବେ ଲାଲୁଙ୍କ ପୁଅ

    Share on :
    ajab-Image
    Date: Apr 26, 2022    Views: 6941

    ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଜନତା ଦଳ ଛାଡ଼ିବେ ଲାଲୁ ଯାଦବଙ୍କ ବଡ଼ ପୁଅ  । ଏନେଇ ସେ ଟ୍ୱିଟ କରିଛନ୍ତି  । ଲାଲୁ ଯାଦବଙ୍କୁ ଭେଟି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବେବୋଲି ତେଜପ୍ରତାପ ଯାଦବ ଘୋଷଣା କରିଛନ୍ତି  । ଅପରପକ୍ଷରେ ଏନେଇ ପରୋକ୍ଷରେ ବର୍ଷିଛନ୍ତି ତେଜସ୍ୱୀ ଯାଦବ  । ଜଣେ ଯଦି କାବୁରେ ନରହିବ ତେବେ କ’ଣ କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି  । ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଯାଇଛି  ।

    ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ପାଇବା ପରେ ଘରକୁ ଫେରିଛନ୍ତି ଲାଲୁ । ତେବେ ଇଫତାର ପାର୍ଟି ଅବସରରେ ତେଜପ୍ରତାପଙ୍କ ବିରୋଧରେ ଆରଜେଡ଼ିର ଜଣେ ଯୁବ ନେତା ସଂଗୀନ ଅଭିଯୋଗ ଆଣିଥିଲେ  ।  ତେଜ ପ୍ରତାପ ତାଙ୍କୁ ଗୋଟିଏ ଘର ପୂରାଇ ପିଟିବା ସହ ଲାଲୁ ଓ ତେଜସ୍ୱୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ  ।

    ଜଣେ ଯୁବ ନେତାଙ୍କ ଏତାଦୃଶ ବ୍ୟବହାର ଲାଲୁଙ୍କ ବଡ଼ପୁଅକୁ ଖୁବ ବାଧିଥିବାବେଳେ ତେଜସ୍ୱୀ ମଧ୍ୟ ଏକଥା ଜାଣିଛନ୍ତି  । ତେବେ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ତେଜପ୍ରତାପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି  । ଅପରପକ୍ଷରେ ତେଜପ୍ରତାପଙ୍କର କୌଣସି ବରିଷ୍ଠ ନେତାଙ୍କ ସହ ଭଲ ସମ୍ପର୍କ ନାହିଁ  । ତାଙ୍କୁ ନେଇ ଦଳର ବହୁ ନେତା ଅତୀତରେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି  । ତେଣୁ ତେଜପ୍ରତାପ ଆରଜେଡ଼ି ଛାଡ଼ିଲେ ବି ତାଙ୍କୁ ରହିବାକୁ କେହି ବାଧ୍ୟ କରିବେ ନାହିଁ ବୋଲି ଆରଜେଡ଼ିର ଜଣେ ବରିଷ୍ଠ ନେତା ମତପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook