Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୪ ନୂଆ ଲେବର କୋଡ୍‌ ଲାଗୁ: ଠିକ୍ ସମୟରେ ଦରମା ଦେବେ ନିଯୁକ୍ତିଦାତା

    Share on :
    ajab-Image
    Date: Nov 22, 2025    Views: 3279

    ନୂଆଦିଲ୍ଲୀ: ଚାକିରି ଆରମ୍ଭ କରିବା ସମୟରେ ହିଁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଠିକ୍ ସମୟରେ ଦରମା ଦେବେ ନିଯୁକ୍ତିଦାତା । ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ବେତନ । ସେମାନଙ୍କ ସାମାଜିକ ସୁରକ୍ଷା ବଢ଼ିବ । ସେହିଭଳି ଉଦ୍ୟୋଗଗୁଡ଼ିକର ଅନୁପାଳନ ବୋଝ କମିବ । ଦେଶରେ ୪ ବୃହତ୍ ଶ୍ରମ କୋର୍ଡ ଆଜିଠାରୁ କାର୍ୟ୍ୟକାରୀ ହେବା ସହିତ ଏସବୁ ସମ୍ଭବ ହେବାକୁ ଯାଉଛି । କେନ୍ଦ୍ର ସରକାର ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ୪ ନୂଆ ଶ୍ରମ ଆଇନକୁ ଦେଶବ୍ୟାପୀ ଲାଗୁ କରିଛନ୍ତି ।

    ‘ଆତ୍ମନିର୍ଭର ଭାରତ’ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ନିଷ୍ପତ୍ତି ଦ୍ୱାରା ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସିଥିବା ପୁରୁଣା ତଥା ଜଟିଳ ଆଇନ ସମାପ୍ତ ହେବ । କର୍ମଚାରୀମାନଙ୍କ ଉତ୍ପାଦକତା ବଢ଼ାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ସରକାର ପୁରୁଣା ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଶେଷ କରି ଏହାକୁ ୪ଟି କୋଡ୍ରେ ବଦଳାଇଛନ୍ତି । ଉକ୍ତ ୪ଟି ଶ୍ରମ କୋଡ୍ ହେଲା, କୋଡ୍ ଅନ୍ ୱେଜେସ-୨୦୧୯, ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଡ୍-୨୦୨୦, କୋଡ୍ ଅନ୍ ସୋସିଆଲ ସିକ୍ୟୁରିଟି-୨୦୨୦ ଏବଂ ଅକ୍ୟୁପେସ୍ନାଲ ସେଫ୍ଟି, ହେଲ୍ଥ ଆଣ୍ଡ୍ ୱାର୍କିଂ କଣ୍ଡିସନ୍ସ (ଓଏସ୍ଏଚ୍ଡବ୍ଲ୍ୟୁସି କୋଡ୍-୨୦୨୦ ।

    ମଜଭୁତ ହେବ ଶ୍ରମ ଇକୋସିଷ୍ଟମ: ସରକାରଙ୍କ କହିବାନୁସାରେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ମଜଭୁତ ଶ୍ରମ-ଢାଞ୍ଚା ପ୍ରସ୍ତୁତ କରିବା, ଯାହା କେବଳ ଶ୍ରମିକମାନଙ୍କ ସୁରକ୍ଷା ବଢ଼ାଇବ ନାହିଁ, ଏହାସହିତ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ପ୍ରତିସ୍ଫର୍ଦ୍ଧାତ୍ମକ ମାହୋଲ ତିଆରି କରିବ । ଏକ ଭବିଷ୍ୟମୁଖୀ ଶ୍ରମ ଇକୋସିଷ୍ଟମ ନିର୍ମାଣ ଏହାର ଲକ୍ଷ୍ୟ ।

    ଭଲ ଦରମା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଗ୍ୟାରେଣ୍ଟି: ଶ୍ରମ ମନ୍ତ୍ରାଳୟ ଅନୁସାରେ, ନୂଆ କୋଡ୍ ଜରିଆରେ ସମସ୍ତ ଶ୍ରମିକ ବିଶେଷକରି ଅନୌପଚାରିକ କ୍ଷେତ୍ର, ଗିଗ୍ ୱାର୍କର, ପ୍ରବାସୀ ଶ୍ରମିକ ଏବଂ ମହିଳାଙ୍କ ପାଇଁ ଭଲ ଦରମା, ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯିବ । ପୁରୁଷଙ୍କ ସମତୁଲ୍ୟ ଦରମା ପାଇବେ ମହିଳା । କମିଟିଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବାଧ୍ୟତାମୂଳକ ହେବ । ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ମଚାରୀଙ୍କ ସମସ୍ୟାର ସମାଧାନ ହେବ । ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ଏବେ ସମସ୍ତ ଶ୍ରମିକଙ୍କୁ ଚାକିରି ଆରମ୍ଭ କରିବା ସମୟରେ ନିଯୁକ୍ତିପତ୍ର ଦିଆଯିବ, ଯାହାଦ୍ୱାରା ରୋଜଗାର ଏବଂ ସର୍ତ୍ତଗୁଡ଼ିକର ପାରଦର୍ଶିତା ବଢ଼ିବ । ଦେଶବ୍ୟାପୀ ସମସ୍ତ କର୍ମଚାରୀ, ସେ ଯେକୌଣସି କ୍ଷେତ୍ରର ହୁଅନ୍ତୁ ନା କହିଁକି, ସମସ୍ତଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ଦରମା, ଯାହାଦ୍ୱାରା କୌଣସି ଦରମା ଏତେ କମ୍ ରହିବ ନାହିଁ ଯେ, ଜୀବନ ଯାପନ କଷ୍ଟକର ହୋଇଯିବ । ନିଯୁକ୍ତିଦାତା କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବେ । ଏହା ନ କଲେ ଆଇନର ଉଲ୍ଲଂଘନ ଭାବେ ବିଚାର କରାଯିବ ।

    ୪୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଶ୍ରମିକଙ୍କ ପାଇଁ ନିଃଶୁଳ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଅନିବାର୍ୟ୍ୟ ହେବ । ଏହାବ୍ୟତୀତ ଏକ ରାଷ୍ଟ୍ରୀୟ ଓଏସ୍ଏଚ୍ ବୋର୍ଡ ଜରିଆରେ ଉଦ୍ୟୋଗଗୁଡ଼ିକରେ ସୁରକ୍ଷା ମାନକକୁ ଏକରୂପ କରାଯିବ । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଏବେ ରାତ୍ରି ସିଫ୍ଟରେ କାର୍ୟ୍ୟ କରିପାରିବେ । କିନ୍ତୁ ଏଥିପାଇଁ ନିଯୁକ୍ତିଦାତାଙ୍କୁ ସୁରକ୍ଷା ଉପାୟ ଏବଂ ମହିଳାଙ୍କ ସହମତିକୁ ସୁନିଶ୍ଚିତ କରିବାକୁ ପଡ଼ିବ । ପୂର୍ବରୁ କେତେକ କ୍ଷେତ୍ରରେ ଏହି ଅନୁମତି ନ ଥିଲା । ପର୍ମାନେଣ୍ଟ କର୍ମଚାରୀଙ୍କ ସମତୁଲ୍ୟ ସୁବିଧା ପାଇବେ ଫିକ୍ସଡ-ଟର୍ମ କର୍ମଚାରୀ । ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ସାମାଜିକ ସୁରକ୍ଷା, ମେଡିକାଲ କଭର ଏବଂ ପେଡ୍ ଲିଭ୍ ଇତ୍ୟାଦି । ୫ ବର୍ଷ ପରିବର୍ତ୍ତେ କାର୍ୟ୍ୟର ବର୍ଷେ ପରେ ଗ୍ରାଚୁଇଟି ପାଇବେ । ପ୍ରତ୍ୟେକ ନିଯୁକ୍ତିକୁ ଏହା ପ୍ରୋତ୍ସାହିତ କରିବ । ଗିଗ୍ କର୍ମଚାରୀ ଏବଂ ପ୍ଲାଟ୍ଫର୍ମ କର୍ମଚାରୀଙ୍କୁ ପ୍ରଥମ ଥର ପାଇଁ ଆଇନଗତ ପରିଚୟ ମିଳିବ । ସେମାନଙ୍କୁ ପିଏଫ୍, ପେନ୍ସନ, ବୀମା ଭଳି ସାମାଜିକ ସୁରକ୍ଷାର ଲାଭ ମିଳିପାରିବ ଏବଂ ପ୍ଲାଟ୍‌ଫର୍ମ କମ୍ପାନିଗୁଡ଼ିକୁ ଏଥିପାଇଁ ଯୋଗଦାନ ଦେବାକୁ ହେବ ।

    ଅଧିକାଂଶ କ୍ଷେତ୍ରରେ ଦୈନିକକାର୍ୟ୍ୟ ସମୟକୁ ୮-୧୨ ଘଣ୍ଟାର ଖାଯାଇଛି । ସପ୍ତାହକୁ ଏହା ୪୮ଘଣ୍ଟା । ଓଭର୍ଟାଇମ୍ ପାଇଁ ଦୁଇଗୁଣା ଦରମା । ଶ୍ରମ ସୁରକ୍ଷା ଫ୍ରେମ୍‌ୱାର୍କରେ ସାମ୍ବାଦିକ, ଫ୍ରିଲାନ୍ସର, ଡବିଂ ଆର୍ଟିଷ୍ଟ ଏବଂ ମିଡିଆ ପେସାଦାରଙ୍କୁ ସାମିଲ କରାଯାଇଛି । ଏହାଦ୍ୱାରା ସେମାନଙ୍କପାଇଁ ନିଯୁକ୍ତି ପତ୍ର, ଦରମା ସୁରକ୍ଷାଏବଂ ନିୟନ୍ତ୍ରିତ କାର୍ୟ୍ୟ ସମୟ ସୁନିଶ୍ଚିତ ହେବ । ଏବେ ଅନେକ ପ୍ରକାର ପଞ୍ଜୀକରଣ ଏବଂରିପୋର୍ଟିଂ ବଦଳରେ ଏକକ ଲାଇସେନ୍ସ, ଏକକରିଟର୍ଣ୍ଣ ମଡେଲ ଆସିବ । ଫଳରେ କମ୍ପାନିଗୁଡ଼ିକରଅନୁପାଳନ ବୋଝ କମିବ । ଏହାବ୍ୟତୀତ ନୂଆବ୍ୟବସ୍ଥାରେ ‘ଇନ୍ସପେକ୍ଟର-କମ୍-ଫ୍ୟାସିଲିଟେଟର’ରହିବେ, ଯେଉଁମାନେ ଅଧିକ ମାର୍ଗଦର୍ଶନ ଦେବେ,ଦଣ୍ଡାତ୍ମକ କାର୍ୟ୍ୟାନୁଷ୍ଠାନ ନୁହେଁ । ଏହି କୋଡ୍ଗୁଡ଼ିକଦ୍ୱାରା କର୍ମଚାରୀଙ୍କୁ ବ୍ୟାପକ ସାମାଜିକ ସୁରକ୍ଷା ଏବଂସମ୍ମାନ ମିଳିବ । ଉଦ୍ୟୋଗଗୁଡ଼ିକୁ କମ୍ ଜଟିଳତାଏବଂ ଭଲ ପୁଞ୍ଜି ନିବେଶର ଅବସର ମିଳିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook