Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କୁସୁମ ଟେଟେଙ୍କୁ ଆଶ୍ଵସ୍ତି, ନିର୍ବାଚନୀ ମାମଲା ହାଇକୋର୍ଟରେ ଖାରଜ

    Share on :
    ajab-Image
    Date: Mar 17, 2023    Views: 3269

    କଟକ: ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଆଶ୍ଵସ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ଅଯଥା ମାମଲା ରୁଜୁ କରିବା ସହ ବିଧାୟିକାଙ୍କୁ ଆଇନଗତ ଝାମେଲା ଭିତରକୁ ଟାଣି ଥିବାରୁ ଆବେଦନକାରୀଙ୍କ ଉପରେ ୧୫ ହଜାର ଟଙ୍କାର ଜରିମାନା କଲେ ହାଇକୋର୍ଟ। ଏହି ଅର୍ଥ ୬ ସପ୍ତାହ ଭିତରେ ବିଧାୟିକାଙ୍କୁ ଦେବେ ଆବେଦନକାରୀ।

    ସୂଚନାନୁଯାୟୀ, କୁସୁମ ଟେଟେଙ୍କ ବିଧାୟିକା ପଦ ରଦ୍ଦ ସମ୍ପର୍କିତ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଅଫିସ ଅଫ ପ୍ରଫିଟ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ କୁସୁମ ଟେଟେଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ସ୍ଥାନୀୟ ଭୋଟର ଜଗଦୀପ ପ୍ରତାପ ଦେଓଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ପ୍ରତିପକ୍ଷଙ୍କୁ ହଇରାଣ କରିବା ପାଇଁ ଏହି ମାମଲା କରାଯାଇଥିବା ଦର୍ଶାଇ ମକୋଦ୍ଦମା ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ବିଧାୟିକାଙ୍କୁ ଦେବାକୁ ଆବେଦନାକାରୀଙ୍କୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ କହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ପୈଠ କରିବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook