Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୁନୋ ଜାତୀୟ ପାର୍କ: ଆଉ ତିନି ଚିତା ଶାବକଙ୍କ ଜନ୍ମ

    Share on :
    ajab-Image
    Date: Feb 18, 2026    Views: 3571

    ନୂଆଦିଲ୍ଲୀ: ସଫଳ ହେଉଛି ପ୍ରୋଜେକ୍ଟ ଚିତା । କୁନୋ ଜାତୀୟ ପାର୍କରେ ଚିତା ବଂଶରେ ନିରନ୍ତର ବୃଦ୍ଧି ଘଟିବାରେ ଲାଗିଛି । ଆଜି ଚିତା ବଂଶରେ ଆଉ ତିନି ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନି ତିନୋଟି ଶାବକଙ୍କୁ ଜନ୍ମ ଦେଇଛି । ଏହାକୁ ମିଶାଇ ତିନି ବର୍ଷରେ ଏହା ନବମ ସଫଳ ପ୍ରସବ ବୋଲି କୁହାଯାଉଛି । କାରଣ ତିନି ବର୍ଷ ତଳେ ସିଓପୁର ଜିଲ୍ଲାରେ ଅବସ୍ଥିତ ଏହି କୁନୋ ଜାତୀୟ ପାର୍କକୁ ଚିତା ବାଘଙ୍କୁ ଅଣାଯାଇ ଚିତା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।

    ଆଜି ଜନ୍ମ ହୋଇଥିବା ତିନି ଶାବକଙ୍କୁ ମିଶାଇ କୁନୋ ଜାତୀୟ ପାର୍କରେ ଚିତାଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ବିଟ କରି ଜଣାଇବା ସହ ଆନନ୍ଦ ପ୍ରକାଶ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook