Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିରୋଧୀ ତାଙ୍କ ଜୀବନ ଭିତରେ ଚାଷୀ ମାନଙ୍କ ପାଇଁ କିଛି କରି ପାରିଲେନି: ଯୋଗାଣ ମନ୍ତ୍ରୀ

    Share on :
    ajab-Image
    Date: Sep 5, 2026    Views: 2617

    ଢେଙ୍କାନାଳ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସିଏମ କିଷାନ ସହାୟତା ପ୍ରଦାନ ଅବସରରେ ଢେଙ୍କାନାଳରେ ଆୟୋଜିତ ହୋଇଥିଲା ସିଧାପ୍ରସାରଣ ଉତ୍ସବ । ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସ୍ୱଭାଗୃହ ଠାରେ ଆୟୋଜିତ ଏହି ସିଧାପ୍ରସାରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଜି ଅବସରରେ ମନ୍ତ୍ରୀ ଏଫସିଆଇ ଚାଉଳ ନେବାରେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ବୟାନକୁ ତାତ୍ସଲ୍ୟ କରିଛନ୍ତି ।
    ଚାଉଳ ନେବାରେ ଏଫସିଆଇ ଆମ ରାଜ୍ୟକୁ ଅବହେଳା କରୁଥିବା ସମ୍ପର୍କରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବକ୍ତବ୍ୟକୁ ନେଇ ବିଜେଡିର କଟାକ୍ଷ ଓ ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଥିବା ଖୋଦ କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ବୋଲି ବିକେଡିର ବୟାନକୁ ନେଇ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ କହିବା କଥା, ଏଫସିଆଇ ଧୀରେ ଧିରେ ଚାଉଳ ଉଠାଇନେବ । ଏଥିପାଇଁ ଆମେ କେନ୍ଦ୍ରକୁ ନିବେଦନ କରିଛୁ । ଯେଉଁ ଟାର୍ଗେଟ ରହିଛି ଚାଉଳକୁ ଏଫସିଆଇ ଧୀରେ ଧୀରେ ଉଠାଇ ନେବ । ବିରୋଧୀ ବିଜେଡି ତାଙ୍କ ଜୀବନ ଭିତରେ ଚାଷୀ ମାନଙ୍କ ପାଇଁ କିଛି କରି ପାରିଲେନି । ଏତେ ବର୍ଷଶାସନ କରି ମଧ୍ୟ ରାଜ୍ୟରେ ଚାଷୀଙ୍କୁ ଶହେ ଟଙ୍କା ମଧ୍ୟ ଦେଇ ପାରିଲେନି । ଚାଷୀଙ୍କ ପାଇଁ କିଛି କରିପାରି ନାହାନ୍ତି ।ଆମ ସରକାର ଧାନ ଇନପୁଟ ସବସିଡି ଠାରୁ ଆରମ୍ଭ କରି ପିଏମ କିଷାନ ସିଏମ କିଷାନ ଆଦି ଆର୍ଥିକ ସହାୟତା ପ୍ରଦାନ କରୁଛୁ । ଗରିବ ଚାଷୀଙ୍କ ଚାଷ କାର୍ଯ୍ୟରେ ସହାୟତା ଦେଉଛୁ । ମାତ୍ର ବିରୋଧୀ ଦେହରେ ଯାଉ ନାହିଁ । ଖାଲି କିଏ କ'ଣ କହିଲା ଅନାଇ ବସିଛନ୍ତି ।
    ଏହି ଅବସରରେ ରାକ୍ୟରେ କୃଷକ ମାନଙ୍କ ସହାୟତା ନିମନ୍ତେ ମୁଖ୍ୟ ମନ୍ତ୍ରୀ କିଷାନ ସହାୟତା ପାଣ୍ଠି ମାଧ୍ୟମରେ ଆଜି ଡିବିଟି ମାଧ୍ୟମରେ ୪୦ ଲକ୍ଷ କୃଷକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook