Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୂର୍ବ ସରକାର କେବଳ କଥା କହିବାକୁ ଥିଲେ: ଯୋଗାଣ ମନ୍ତ୍ରୀ

    Share on :
    ajab-Image
    Date: Jan 6, 2025    Views: 3491

    ଭୁବନେଶ୍ୱର: ଆଳୁ ଦର ବୃଦ୍ଧି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର । ଆଳୁ ଦର ବୃଦ୍ଧି ଏବେ ହୋଇନି । ୨୪ ବର୍ଷ ଭିତରେ ଏମାନେ କିଛି କଲେନି । ନକରିବା କାରଣରୁ ଏହି ଫଳ ସମସ୍ତେ ଭୋଗୁଛନ୍ତି । ପୂର୍ବ ସରକାର କେବଳ କଥା କହିବାକୁ ଥିଲେ । କାମ କିଛି ନଥିଲା । ଆଳୁ,ପିଆଜ ଓ ପଣସ ମିଶନ ଫେଲ୍‌ ହେବା ପରେ ଲୋକମାନେ ତାଙ୍କୁ ଫେଲ୍‌ କରିଦେଲେ ହୋଲି ମଧ୍ୟ ସେ କହିଛନ୍ତି । 

    ସେପଟେ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଆଗାମୀ ଦିନରେ ଆଳୁର ଅଭାବ ରହିବନି ବୋଲି ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଳୁ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି । ରବିବାର କୃଷି ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହେବ । ପ୍ରତିବର୍ଷ  ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୁଏ । କିନ୍ତୁ ୧୪ ଲକ୍ଷ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି ଯାହା ପୂରଣ ପାଇଁ ୧୧ ଲକ୍ଷ ମେଟ୍ରିକ ଟନ୍‌ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ । ଏଥରକ କୃଷିମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook