Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କୋଟିଆ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ପତ୍ର

    Share on :
    ajab-Image
    Date: Nov 5, 2026    Views: 2400

     ଭୁବନେଶ୍ୱର : କୋଟିଆ ପ୍ରସଙ୍ଗରେ  ବିରୋଧୀଦଳ ନେତା  ନବୀନ ପଟ୍ଟନାୟକ   ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ  ତାଙ୍କ ପତ୍ର ରେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା  ନିଶ୍ଚିତ ଭାବରେ ଚିନ୍ତାର ବିଷୟ। କୋଟିଆ ସମ୍ପର୍କରେ   ସେ ଅକ୍ଟୋବର ୧୯ ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲେ ।  ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ  ଉଲ୍ଲେଖ କରି ଶ୍ରୀ ପଟ୍ଟ ନାୟକ କହିଛନ୍ତି  ଯେ କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀ ମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା  ତୃଣମୂଳ ସ୍ତରରେ ସ୍ଥିତି କୁ ଅଧିକ ଜଟିଳ  କରିଦେଉଛି । ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ  ମୁଖ୍ୟମନ୍ତ୍ରୀ ଆଲୋଚନା ଆରମ୍ଭ  କରିବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ  କହିଛନ୍ତି ଯେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍‌ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ର ସୁରକ୍ଷା ପାଇଁ  2024 ନିର୍ବାଚନ ଇସ୍ତାହାର ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ  ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର  ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷା କୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ ନ ହେବ ସେ ଦିଗରେ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀ ଙ୍କ ନୈତିକ ଦାୟିତ୍ବ  ବୋଲି ଶ୍ରୀ ପଟ୍ଟନାୟକ  ସ୍ମରଣ କରାଇ ଦେଇଛନ୍ତି। ସେ ଆଶା ବ୍ୟକ୍ତ କରିଛନ୍ତି ଯେ , ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡିଶା ବାସୀଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ ।

    Maximum 500 characters

    ରାଜନୀତି View all

    Find Us on Facebook