ମୁଖ୍ୟ ଖବର
କୋଣାର୍କ: ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ ଆଜି କୋଣାର୍କ ସୂର୍ୟ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପର୍ୟ୍ୟଟକ ମାନଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଆତଙ୍କବାଦୀ ବିସ୍ଫୋରଣ ଘଟଣାକୁ ଆଖି ଆଗରେ ରଖି ସୂର୍ୟ୍ୟ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ପୁରୀ ଏସ୍ପି ସୂର୍ୟ୍ୟମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ ।
ବିଶ୍ୱଐତିହ୍ୟ ସୂର୍ୟ୍ୟମନ୍ଦିରର ସୁରକ୍ଷା ଦାୟିତ୍ୱ ରେ କିଛି ଘରୋଇ ସୁରକ୍ଷା କର୍ମୀମାନଙ୍କୁ ଏଏସ ଆଇ ପକ୍ଷରୁ ନିୟୋଜିତ କରାଯାଇଛି। ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ସୂର୍ୟ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ପର୍ୟ୍ୟଟକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କଡାକଡି କରିବା ପାଇଁ ପୁରୀ ଏସପି ପ୍ରତୀକ ସିଂହ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ନିର୍ଣ୍ଣୟ କରିଥିଲେ।
Comments ସମସ୍ତ ମତାମତ