Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଣାର୍କ ସଂରକ୍ଷଣ ମାମଲା: ଜୁଲାଇ ୧୦ରେ ପରବର୍ତ୍ତୀ ଶୁଣାଣି

    Share on :
    ajab-Image
    Date: Mar 17, 2023    Views: 4265

    କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଘୁଞ୍ଚିଛି। କୋଣାର୍କ ଜଗମୋହନରୁ ବାଲି କଢାଯିବା ପ୍ରସଂଗରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ଚାଲିଛି ବୋଲି ହାଇକୋର୍ଟରେ ଗୁରୁବାର ଦିନ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏଭଳି ସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରିଛନ୍ତି।

    ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କୋଣାର୍କ ସଂରକ୍ଷଣ ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ସାନି ସ୍ଥିତି ନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ

    Maximum 500 characters

    ରାଜ୍ୟ ଖବର View all

    Find Us on Facebook